Latest Odisha News

ଷଣ୍ଢକୁ ଦଣ୍ଡ: ଫସଲ ଖାଇଲା ବୋଲି ଭୋକ ଉପାସରେ ବାନ୍ଧିକି ରଖିଲେ ସପ୍ତାହେ

ନବରଙ୍ଗପୁର: ଦିନକୁ ଦିନ ନିଷ୍ଠୁର ହେବାରେ ଲାଗିଛନ୍ତି ମଣିଷ । ଜୀବଙ୍କ ପ୍ରତି କ୍ରୁରତା ବଢିବାରେ ଲାଗିଛି । ଏହି ନିକଟରେ ଯେଉଁଭଳି ଭାବେ ସାପଟିର ଜୀବନ ନେଲେ ତାହା ନିନ୍ଦନୀୟ । ତାକୁ ବିତିବାର ଦିନ ଟିଏ ବି ହୋଇନି ଆଜି ମଧ୍ୟ ମଣିଷର ନିଷ୍ଠୁରତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ଷଣ୍ଢଟିଏ ଫସଲ ଖାଇବାରୁ ଫସଲ ମାଲିକ ଷଣ୍ଡକୁ ଭୋକ ଉପାସରେ ୭ ଦିନ ବାନ୍ଧି ରଖିଲା ।

ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ କୋଦଭଟା ଅଞ୍ଚଳରୁ ଆସିଛି ଏପରି ଅଭାବନୀୟ ଘଟଣା । କିଛିଦିନ ତଳେ କୋଦଭଟା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ବାଡିରେ କିଛି ମକା ଫସଲ ଲଗାଇଥିଲେ । ଯାହାକୁ ବୁଲା ଷଣ୍ଢଟିଏ ବାରିରେ ପଶି ଖାଇଦେଇଥିଲା । ଯେଉଁଥିରେ ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ ଷଣ୍ଢଟିକୁ ଗଛରେ ବାନ୍ଧି ଦେଇଥିଲେ ।  ଦିନେ ଯାଇ ଦୁଇ ଦିନ ଗଲା ଷଣ୍ଢଟି ଭୋକ ଉପାସରେ ବୋବାଇବା ଆରମ୍ଭ କରିଥିଲା । ହେଲେ ନିଷ୍ଠୁର ବ୍ୟକ୍ତି ଜଣଙ୍କୁ କିଛି ବି ଫରକ ପଡୁନଥିଲା । ସେବାଟ ଦେଇ ଯିଏ ଯାଉଥାନ୍ତି ଷଣ୍ଢଟିର ଅବସ୍ଥା ଦେଖି ତାକୁ କିଛି ଖାଇବାକୁ ଦେଉଥିଲେ, ହେଲେ ସେଥିରେ ବି ସେମାନଙ୍କ ଉପରକୁ ରାଗରେ ଗରଗର ହେଉଥିଲା ବ୍ୟକ୍ତିଜଣଙ୍କ । ଗାଳି ଗୁଲଜ କରୁଥିଲା । ଫଳରେ କହି ସାହାସ କରି ଷଣ୍ଢଟିକୁ ଉଦ୍ଧାର କରିପାରିନଥିଲେ ।

ପରେ କିଛି ଯୁବକ ଏନେଇ ରାଇଘର ପୋଲିସକୁ ସୂଚନା ଦେଇଥିଲେ । ୭ ଦିନ ପରେ ପୋଲିସ୍ ଆସି ଷଣ୍ଢଟିକୁ ଉଦ୍ଧାର କରିଥିଲେ । ଏଠି ସ୍ବତଃ ମନକୁ ଗୋଟେ କଥା ଆସୁଛି , ସେମାନେ ବେଯୁବାନ, ଯଦି କଥା କହିପାରୁଥାନ୍ତେ ତାହାଲେ କହିଥାନ୍ତେ ଧିକ ତମ ମଣିଷ ଜୀବନ ।

Comments are closed.