Latest Odisha News

ଶିକ୍ଷାଦୂତଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

ସୁକମା: ଛତିଶଗଡ଼ରେ ପୁଣି ବର୍ବରକାଣ୍ଡ ଘଟାଇଲେ ମାଓବାଦୀ । ଆଜି ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ । ଏନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଦୁଧି ଅର୍ଜୁନଙ୍କୁ ଶିକ୍ଷା ଦୂତ ଭାବେ ନିଯୁକ୍ତ କରିଥିଲେ ଛଡିଶଗଡ଼ ସରକାର । ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିବା କାର୍ଯ୍ୟ କରୁଥିଲେ ଦୁଧି ଅର୍ଜୁନ । ସୁକମାରେ ମାଓବାଦୀଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ । ଏହାକୁ ନେଇ ପୂର୍ବରୁ ଅନେକ ଥର ବିରୋଧ କରିଆସୁଥିଲେ ମାଓବାଦୀ ।

ହେଲେ ଶିକ୍ଷା ଦୂତ ଦୁଧି ଅର୍ଜୁନ ଏହାକୁ ଖାତିର ନକରିବାରୁ ମାଓବାଦୀ ମାନେ ତାଙ୍କି ପିଟି ପିଟି ହତ୍ୟା କରିଥିବା କହିଛନ୍ତି ସୁକମା ଏସପି ।

Comments are closed.