Latest Odisha News

ଆଜି ବିଶ୍ୱକର୍ମା ପୂଜା : ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ବ

ଭୁବନେଶ୍ଵର: ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଗାଁରୁ ସହର ସବୁଠି ଉତ୍ସବ ମୁଖର । କଳକାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ବେଶ ଧୂମାଧାମରେ ପାଳନ କରାଯାଉଛି ପୂଜା । ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ବି ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ । ଏହି ବିଶ୍ୱକର୍ମା ପୂଜା ସେହି ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର ଏବଂ ବ୍ୟବସାୟୀ । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି।

ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା ।ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।

ପୂଜା ପଦ୍ଧତି:

ବିଶ୍ୱକର୍ମା ପୂଜା ଦିନ ସକାଳେ ଘର, କାରଖାନା ବା ଦୋକାନରେ ଥିବା ମେସିନ୍ ଓ ଯାନ ଗୁଡ଼ିକ ସଫା କରନ୍ତୁ । ଗାଧୋଇବା ପରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହାପରେ ବିଶ୍ୱକର୍ମାଙ୍କ ଧ୍ୟାନ କରି ମେସିନ୍ ଓ ଯାନଗୁଡ଼ିକ ପୂଜା କରନ୍ତୁ । ବିଶ୍ୱକର୍ମାଙ୍କୁ ଫୁଲ, ଫଳ ଓ ମିଠା ଇତ୍ୟାଦି ଅର୍ପଣ କରନ୍ତୁ । ଏହା ପରେ ମେସିନ୍ ଓ ଯାନ ଗୁଡ଼ିକ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଏହି ଦିନ ଘରେ ରଖାଯାଇଥିବା ଯନ୍ତ୍ର ଗୁଡ଼ିକୁ ପୂଜା କରନ୍ତି ତାହା ସହଜରେ ଖରାପ ହୋଇନଥାଏ । ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିବା ଦ୍ବାରା ବ୍ୟବସାୟ ଓ ଆୟରେ ମଧ୍ଯ ବୃଦ୍ଧି ହୋଇଥାଏ ।

ପୂଜାର ମହତ୍ବ:

ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର ପ୍ରଥମ କାରିଗର ଓ ଇଞ୍ଜିନିୟର ଭାବେ ବିବେଚନା କରାଯାଏ। ଏହି ଦିନ ଲୋକମାନେ ନିଜ କାରଖାନାରେ ସ୍ଥାପିତ ଉପକରଣ ଓ ଯନ୍ତ୍ରଗୁଡ଼ିକର ପୂଜା କରିଥାଆନ୍ତି। ଏହି ଦିନ ଯାନବାହାନ ମଧ୍ୟ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ, ଯେଉଁମାନେ ବିଶ୍ୱକର୍ମା ପୂଜା ଦିନ ରୀତିନୀତି ଅନୁଯାୟୀ ପୂଜା କରନ୍ତି, ସେମାନଙ୍କ ଗାଡି ଓ ମେସିନ୍ ବର୍ଷ ସାରା ଖରାପ ହୋଇନଥାଏ ।

Comments are closed.