Latest Odisha News

ଲୋକାର୍ପଣ ହେଲା ବ୍ୟାସକୃତ ‘ଅଧ୍ୟାତ୍ମ ରାମାୟଣ’ ପୁସ୍ତକର ଓଡ଼ିଆ ପଦ୍ୟାନୁବାଦ

ଭୁବନେଶ୍ୱର: ଲୋକାର୍ପଣ ହୋଇଯାଇଛି ବ୍ୟାସଦେବ କୃତ ‘ଅଧ୍ୟାତ୍ମ ରାମାୟଣ’ର ଓଡିଆ ପଦ୍ୟାନୁବାଦ । ସଂସ୍କୃତ ରାମାୟଣକୁ ବିଭିନ୍ନ ରାଗ ରାଗିଣୀ ଓ ଅଳଙ୍କାର ଦେଇ ସରଳ ଓଡିଆ ଭାଷାରେ ପଦ୍ୟାନୁବାଦ କରିଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ପାଲା ଗାୟକ (ଗାୟକ ସମ୍ରାଟ୍‌) ଲକ୍ଷ୍ମୀଧର ରାଉତ । ଯେଉଁଥିରେ ଶ୍ରୀରାମଙ୍କର ଲୌକିକ କାର୍ଯ୍ୟକଳାପଠାରୁ ଆଧ୍ୟାତ୍ମିକତାର ରୂପକୁ ଅତି ସୁନ୍ଦର ଭାବେ ଓଡିଆରେ ଅନଚବାଦ କରାଯାଇଛି ।

ତେବ ଏହି ପୁସ୍ତକ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଶନିବାର ଲୋକାର୍ପଣ ହୋଇଯାଇଛି । ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବ ବୋଲି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମନ୍ତବ୍ୟ ରଖିଛନ୍ତି ।

Comments are closed.