Latest Odisha News

ଟ୍ରକ୍‌ ସହ ଜିପ୍ ର ମୁହାଁମୁହିଁ ଧକ୍କା ୯ ମୃତ ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଜୟପୁର: ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଶିରୋହି ପୋଲିସ ଅଧିକ୍ଷକ ଅନୀଲ କୁମାରଙ୍କ ସୂଚନା କ୍ରମେ, ଏକ ଜିପ୍ ପ୍ରାୟ ୨୭ ଜଣ ଲୋକଙ୍କୁ ନେଇ ରାସ୍ତାର ଓଲଟାପଟେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲେ । ସମସ୍ତ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଜିପ୍ ରେ ଥିବା ସମସ୍ତ ଯାତ୍ରୀମାନେ ଉଦୟପୁର ଜିଲ୍ଲାର ଉଗ୍ନସାଗର ଅଞ୍ଚଳର ବୋଲି ଜଣା ପଡିଛି । ସେମାନେ ପାଲ୍ଲିସ୍ଥିତ ନାକଡା ମନ୍ଦିରକୁ ଯାଉଥିଲେ ବୋଲି ଆରକ୍ଷୀ ଅଧକ୍ଷକ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖପ୍ରକାଶ କରିଛନ୍ତି ।

Comments are closed.