Latest Odisha News

ମାନବତା ପାଇଁ ନୂଆ ରେକର୍ଡ: ପୃଥିବୀ କକ୍ଷରେ ସର୍ବାଧିକ ୧୯ ମହାକାଶ ଯାତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଆଉ ୩ ଜଣ ପହଞ୍ଚିଛନ୍ତି। ଏଥିସହିତ ପୃଥିବୀ କକ୍ଷ ଏବେ ସବୁଠୁ ବ୍ୟସ୍ତ ସ୍ଥାନ ହୋଇଛି। ୧୧ ତାରିଖରେ ସ୍ପେସ୍ ଷ୍ଟେସନରେ ୩ ମହାକାଶ ଯାତ୍ରୀ ପହଞ୍ଚିବା ପରେ ପୃଥିବୀ କକ୍ଷରେ ମାନବ ସଂଖ୍ୟା ୧୯ ହୋଇଛି। ଏହା ମାନବତା ପାଇଁ ଏକ ନୂଆ ରେକର୍ଡ ବୋଲି ନାସା କହିଛି।

ମାନବ ଅନ୍ୱେଷଣର ସୀମା ପ୍ରସାରରେ ସାହାଯ୍ୟ କରୁଥିବାରୁ ଗର୍ବିତ ବୋଲି ନାସା ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି। ଗତ ସପ୍ତାହ ଆରମ୍ଭରେ ୩ ଜଣ ଯାତ୍ରୀ ଋଷର ସୋୟୁଜ କ୍ୟାପ୍‌ସୁଲରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ଏମାନଙ୍କ ମଧ୍ୟରେ ନାସା ମହାକାଶଚାରୀ ଡନ୍ ପେଟିଟ୍, ଋଷ ମହାକାଶ ଏଜେନ୍ସିର ମହାକାଶଚାରୀ ଆଲେକ୍ସି ଓଭଚିନିନ୍ ଓ ଇଭାନ ଭାଗନର ଥିଲେ।

ଏଥିସହିତ ପୃଥିବୀ କକ୍ଷରେ ସର୍ବାଧିତ ୧୯ ଜଣ ଥିବାର ରେକର୍ଡ ସ୍ଥାପନ ହୋଇଛି। ଗତ ବର୍ଷ ମେ ମାସରେ ମୋଟ ୧୭ ଜଣ ମହାକାଶଚାରୀ ପୃଥିବୀ କକ୍ଷରେ ଥିଲେ। ସେମାନେ ଉଭୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ଚୀନ୍‌ର ଟିଆଙ୍ଗଙ୍ଗ୍ ମହାକାଶ କେନ୍ଦ୍ରରେ ଅଳ୍ପ ସମୟ ପାଇଁ ରହିଥିଲେ। ୨୦୦୦ ମସିହାରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶଚାରୀଙ୍କୁ ସ୍ଥାୟୀ ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ପୃଥିବୀ କକ୍ଷରେ ଓ ଜିନେଟ୍ ଏପ୍ସଙ୍କ ସମେତ କସ୍‌ମୋନଟ୍‌ ନିକୋଲାଇ ଚୁବ୍, ଓଲେଗ କୋନୋନେନ୍‌କୋ ଓ ଆଲେକଜାଣ୍ଡର ଗ୍ରେବେନ୍‌କିନ୍ ଅଛନ୍ତି।

 

Comments are closed.