Latest Odisha News

ଘର ଭାଙ୍ଗି ହାତୀ ଖାଇଗଲେ ୧୦ ହଜାର ଟଙ୍କା

କେନ୍ଦୁଝର: ହାତୀ ଖାଇଗଲା ଟଙ୍କା । ତାହା ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ଏକାଥରକେ ୧୦ ହଜାର ଟଙ୍କା ଏଭଳି କଥା କେବେ ଶୁଣିଛନ୍ତି । ଏଭଳି ଏଖ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିରେ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ହାତୀପଲ ଏଭଳି କାଣ୍ଡ ଘଟାଇଛନ୍ତି ।

ଖବର ମୁତାବକ, ଏକ ୫ ଟିକିଆ ହାତୀପଲ ବେଣା ଗାଁ ମୁଣ୍ଡା ସାହିରେ ପଶି ଉପଦ୍ରବ କରିଛନ୍ତି । ଗାଁର ଦୁଇଟି ଘର ଭାଙ୍ଗିବା ସହ ରବୀନ୍ଦ୍ର ପାତ୍ର ଙ୍କ ଘରେ ପଶି ଧାନ ଚାଉଳ ଖାଇଦେଇଥିଲେ । ବସ୍ତା ଭିତରେ ଥିବା ଧାନ ସହିତ ୧୦ ହଜାର ଟଙ୍କା ଖାଇଦେଇଥିବା ମଧ୍ୟ ରବୀନ୍ଦ୍ରଙ୍କ ସ୍ତ୍ରୀ ବେଣା ପାତ୍ର ଅଭିଯୋଗ କରି ଦୁଃଖ ପ୍ରକାଶ କରିଛନ୍ତି ।

ରବୀଦ୍ରଙ୍କ ସହ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଭାଙ୍ଗିରୁଜି ପକାଇଛନ୍ତି । ଘରେ ଥିବା ସବୁ ଖାଦ୍ୟଶଷ୍ୟ ମଧ୍ୟ ଖାଇ ଦେଇଛନ୍ତି । ହାତୀ ଘର ଭାଙ୍ଗିବା ପରେ ଦୁଇ ପରିବାର ପୂରା ବେସାହାରା ହୋଇ ଯାଇଛନ୍ତି । ବର୍ଷା ଋତୁରେ ଘର ଭାଙ୍ଗି ଯାଇଥିବାରୁ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତମାନେ ନିବେଦନ କରିଛନ୍ତି ।

ଲୋକଙ୍କୁ କ୍ଷତି ପୂରଣ ଦେବା ସହ ସୁରକ୍ଷା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ବନ ବିହାରୀ ନାୟ ଦାବି କରିଛନ୍ତି ।

Comments are closed.