Latest Odisha News

BREAKING NEWS

କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍‌ ପତାକା!

କଟକ: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ‘ଇଦ୍-ମିଲାଦୁନ୍ ନବି’ ଅବସରରେ ପାଲେଷ୍ଟାଇନ୍‌ ପତାକା ଉଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଟକ ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପାଲେଷ୍ଟାଇନ ପତାକା ଉଡାଉଥିବା ଅଭିଯୋଗ ହୋଇଛି।

ଏହି ବିବାଦୀୟ ପତାକା ଉଡାଉଥିବା ବେଳେ ପୋଲିସ ତାହାକୁ ଜବତ କରିଛି। ଏସମ୍ପର୍କରେ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି, ଜୁଲୁସ୍ ଶୋଭାଯାତ୍ରାରେ ଉଡୁଥିବା ପତାକା ପାଲେଷ୍ଟାଇନର ନୁହେଁ। ପାଲେଷ୍ଟାଇନ ପତାକାରେ ୩ଟି ରଙ୍ଗ ସହିତ ଗୋଟିଏ ତ୍ରିଭୁଜ ରହିଛି। କିନ୍ତୁ କଟକରେ ହେଉଥିବା ଶୋଭାଯାତ୍ରାରେ ଉଡାଉଥିବା ପତାକାରେ ୩ଟି ରଙ୍ଗ ଅଛି କିନ୍ତୁ ତ୍ରିଭୁଜ ନାହିଁ। ଏସବୁ ସତ୍ତ୍ୱେ ହାତରେ ଧରିଥିବା ଫ୍ରି ପାଲେଷ୍ଚାଇନ ପ୍ଲାକାର୍ଡ ଓ ବ୍ୟାନରକୁ ନେଇ ତଦନ୍ତ କରାଯାଉଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି।

ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକର ବିଭିନ୍ନ କମିଟି ତରଫରୁ ବଡ ବଡ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବାର ପରମ୍ପରା ରହିଛି। ସୋମବାର ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା। ଏହାସହ ଶୋଭାଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ହାତରେ ‘ଫ୍ରି ପାଲେଷ୍ଟାଇନ ‘ ଓ ‘ପ୍ରେ ଫର୍ ପାଲେଷ୍ଟାଇନ ‘ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା।

 

Comments are closed.