Latest Odisha News

ସାରା ଦେଶରେ ଜିଓ ସେବା ଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ରିଲାଏନ୍ସ ଜିଓର ସେବା ଏକପ୍ରକାର ଠପ୍ ହୋଇଯାଇଛି। ଅଧିକାଂଶ ୟୁଜର୍ସଙ୍କ ମୋବାଇଲରେ ସିଗନାଲ ଆସୁନଥିବା ଅଭିଯୋଗ ହୋଇଛି। ପାଖାପାଖି ୨୦ ପ୍ରତିଶତ ଲୋକ ଇଣ୍ଟରନେଟ କନେକ୍ଟିଭିଟିରେ ସମସ୍ୟା ଭୋଗୁଥିବା ନେଇ ଡାଉନଡିଟେକ୍ଟରରେ ରିପୋର୍ଟ କରିଛନ୍ତି।

ପ୍ରାୟ ୧୪ ପ୍ରତିଶତ ଲୋକ ଜିଓ ଫାଇବର ସର୍ଭିସକୁ ଆସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରିଲାଏନ୍ସ ଜିଓର ୱେବସାଇଟ୍ ସଠିକ୍ ଭାବରେ କାମ କରୁନଥିବା ବେଳେ Jio ଆପକୁ ମଧ୍ୟ ଚଲାଇ ପାରୁନଥିଲେ ୟୁଜର୍ସ।

ଦିଲ୍ଲୀ, ଲକ୍ଷ୍ନୌ ଏବଂ ମୁମ୍ବାଇ ଭଳି ସହରରେ ଜିଓ ସେବାକୁ ନେଇ ଏଭଳି ଅଭିଯୋଗ ଆସିଛି। ଜିଓର ସେବା ଠପ୍ ହେବା ନେଇ ଦେଶର ବିଭିନ୍ନ ସ୍ଥାନରୁ ୟୁଜର୍ସ ମାନେ ଅଭିଯୋଗ କରୁଛନ୍ତି। ଜିଓ ଡାଉନ ଭଳି ହ୍ୟାସଟ୍ୟାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଟ୍ରେଣ୍ଡ କରୁଛି। ଏଥିସହିତ ମିମ୍ସ ମଧ୍ଯ ଭାଇରାଲ ହେବାରେ ଲାଗିଛି।

 

Comments are closed.