Latest Odisha News

୧୩୦ ଗ୍ୟାସ୍ ସିଲିଣ୍ଡର ଜବତ, ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳାରେ ଧରାପଡ଼ିଲେ ଗ୍ୟାସ୍‌ ସିଲିଣ୍ଡର ଚୋର ଗ୍ୟାଙ୍ଗ । ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୫୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।

ଜବତ ସିଲିଣ୍ଡର ମଧ୍ୟରେ ୪୫ଟି ଭର୍ତ୍ତି ସିଲିଣ୍ଡର ଥିବାବେଳେ, ୮୫ଟି ଖାଲି ସିଲିଣ୍ଡର ସହ ଟାଟା ଏସ୍‌ଇ ଗାଡ଼ି ଜବତ ହୋଇଛି ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ପୁଇଁତଲା ଥାନା ବୁବେଳ ଗାଁର ସତ୍ୟନାରାୟଣ ନାଏକ, ରଣ୍ଡା ଗାଁର ଟୁନୁ ନନ୍ଦ, ଦେଓଗାଁ ଥାନା ସାହାଜବାହାଲ ଗାଁର ପ୍ରେମରାଜ ପୁରୋହିତ ଓ ବଲାଙ୍ଗୀର ଟାଉନ ଥାନା ଇନ୍ଦିରା ନଗର ପଡ଼ାର କ୍ଷମାସାଗର ଭୁଏ ।

ଖବର ମୁତାବକ, ଗତ ୧୩ରେ ସାଉନ୍ତପୁର ଗ୍ୟାସ୍ ଗୋଦାମରୁ ୫୧ଟି ସିଲିଣ୍ଡର ଚୋରି ହୋଇଥିବା ନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା । ଏହା ସହ ଆଉ ଦୁଇଟି ମାମଲା ବଲାଙ୍ଗିର ସଦର ଥାନା ଅଞ୍ଚଳର । ଏହାପରେ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.