Latest Odisha News

ଲେବାନନରେ ସିରିୟଲ ପେଜର ବିସ୍ଫୋରଣ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ମଙ୍ଗଳବାର ଲେବାନନରେ ସିରିୟଲ ପେଜର ବ୍ଲାଷ୍ଟ ହୋଇଛି । ରିପୋର୍ଟ ମୁତାବକ ଏଥିରେ ୧୦ରୁ ଊର୍ଦ୍ଧ୍ୱ ମୃତ ଏବଂ ୩୦୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏଥିରେ ଇରାନ ରାଷ୍ଟ୍ରଦୂତ ମୋଜିତବା ଅମୀନ ଏବଂ ହିଜବୁଲ୍ଲାର ଅଧିକାଂଶ ସକ୍ରିୟ ସଦସ୍ୟ ରହିଛନ୍ତି । ସମ୍ପୃକ୍ତ ଘଟଣାରେ ଇସ୍ରାଏଲ ହାତ ଥିବା ହିଜବୁଲ୍ଲା ଆଶଙ୍କା ବ୍ୟକ୍ତ କରାଯାଇଛି । ତେବେ ଇସ୍ରାଏଲ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ବିସ୍ଫୋରଣ ପରେ ପେଜରକୁ ନିଜଠାରୁ ଦୂରକୁ ଫିଙ୍ଗିଦେବା ପାଇଁ ଲେବାନନ ସରକାର ପକ୍ଷରୁ କୁହାଯାଇଛି । ଏହି ଘଟଣା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଇସ୍ରାଏଲ ମୋବାଇଲ ଏବଂ ଅନ୍ୟ ଅତ୍ୟାଧୂନିକ ଟେକ୍ନୋଲୋଜିକୁ ହ୍ୟାକ କରୁଥିବାରୁ ହିଜବୁଲ୍ଲାର ସଦସ୍ୟମାନେ ପେଜରର ବ୍ୟବହାର କରୁଥିଲେ । ଏଥିରେ ବିସ୍ଫୋରଣ ଘଟୁଥିବାରୁ ଇସ୍ରାଏଲକୁ ସନ୍ଦେହ କରାଯାଉଛି । ବେରୁତର ଦକ୍ଷିଣରେ ଏହି ଘଟଣା ବିଶେଷ ଭାବେ ଦେଖିବାକୁ ମିଳିଛି ।

Comments are closed.