Latest Odisha News

ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ଖରସ୍ରୋତା ସେତୁରୁ ନଦୀକୁ ଡେଇଁ ପଡ଼ିଲେ ମହିଳା। ସେତୁ ଉପରେ ସ୍କୁଟି, ମୋବାଇଲ୍ ଓ ଚପଲ ରଖି ଡେଇଁ ପଡ଼ି ନିଖୋଜ ଅଛନ୍ତି ଯୁବତୀ। ସଦର ଥାନା ବରୁହାଁ ନିକଟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନିଖୋଜ ମହିଳା ଶ୍ରୀବନ୍ତପପୁର ଅଂଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି।

ବ୍ରିଜ ଉପରେ ନିଜର ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଛନ୍ତି। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି।

ନିଖୋଜ ମନ୍ଦାକିନୀ ସାମଲ ରସୁଲପୁର ବ୍ଲକର ଅଙ୍ଗନାୱାଡି ଭାବେ କାମ କରନ୍ତି। ପାରିବାରିକ କଳହ ପାଇଁ ଏକାକୀ ଭଡାରେ ରହୁଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave A Reply

Your email address will not be published.