Latest Odisha News

ପୁଣି ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌, ଟ୍ରାକ୍‌ରୁ ଖସିଲା ୨୫ ବଗି

ମଥୁରା: ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଉତ୍ତରପ୍ରଦେଶ ମଥରୁରାରେ ହେଲା ଲାଇନ୍‌ଚ୍ୟୁତ। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଗତ କିଛି ଦିନ ହେବ ଦେଶର ବିଭିନ୍ନ ଅଞ୍ଚଳରେ ଲଗାତାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାର ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ଉତ୍ତରପ୍ରଦେଶ ମଥରୁରାରେ ମାଲବାହୀ ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଆଗ୍ରା ରେଲୱେ ମଣ୍ଡଳର ଡିଆରଏମ୍‌ ତେଜ ପ୍ରତାପ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ର ୨୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିଯୋଗୁ ବିଦ୍ୟୁତ୍‌ ସରବରାହ ହେଉଥିବା ବହୁ ଖମ୍ବ ଭାଙ୍ଗି ଯାଇଛି।

ଏହାକୁ ଠିକ୍‌ କରିବାକୁ ୧୦ରୁ ୧୨ ଘଣ୍ଟା ଲାଗିବ ବୋଲି କୁହାଯାଉଛି । ତେଣୁ ବହୁ ଟ୍ରେନ୍‌ର ରୁଟ୍‌ ପ୍ରଭାବିତ ହୋଇଛି। ଗତ ୩ ବର୍ଷରେ ପ୍ରତି ମାସ ୨ ପାସେଞ୍ଜର ଟ୍ରେନ୍‌ ଓ ଗୋଟିଲ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌ ହୋଇଛି। ସପ୍ତାହେ ମଧ୍ୟରେ ୭ ଥର ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେଲାଣି। ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ଆପ୍।

Leave A Reply

Your email address will not be published.