Latest Odisha News

କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ନୋଟିସ୍‌ । ସ୍ୱାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତାଙ୍କ ସହ ଏସସିବି ମେଡିକାଲ୍‌ ଅଧୀକ୍ଷକଙ୍କୁ ମଧ୍ୟ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏସସିବିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ହାଇକୋର୍ଟ ପ୍ରକାଶ କରିଛନ୍ତି ହାଇକୋର୍ଟ ।

ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗକୁ ଅତି ଗୁରତର ସହ ନେଇଥିଲେ ହାଇକୋର୍ଟ । ଆସନ୍ତା ୨୬ ତାରିଖରେ ସ୍ୱାସ୍ଥ୍ୟ ସଚିବ ଓ ଏସସିବି ମେଡିକାଲ୍‌ ଅଧୀକ୍ଷକଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟପଟେ ଆଜି କଟକ ସହର ରାସ୍ତାଘାଟ ମରାମତି ନେଇ ସତ୍ୟପାଠ ଦାଖଲ କରିଛି ସିଏମ୍‌ସି । ୨୬ ତାରିଖ ସୁଦ୍ଧା ମରାମତି ଶେଷ ହେବ ବୋଲି ସିଏମ୍‌ସି ସତ୍ୟପାଠରେ ଉଲ୍ଲେଖ କରିଛି ।

Leave A Reply

Your email address will not be published.