Latest Odisha News

BREAKING NEWS

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ ନେଇ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କହିବା ସହ ପାଲଟା ନବୀନଙ୍କୁ ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହିତ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇବ । ଘଟଣାରେ ଯିଏ କେହି ବି ଥାଉ, କାହାକୁ ବି ଛଡ଼ା ଯିବନି ବୋଲି ମନ୍ତ୍ରୀ କହିଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, ‘ବିରୋଧୀ ଦଳ ନେତା ନ୍ୟାୟିକ ତଦନ୍ତ କଥା କହୁଛନ୍ତି, କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହୋଇଥିଲା ତାହାର ରିପୋର୍ଟ କୁଆଡେ ଗଲା ବୋଲି ପଚାରଛନ୍ତି । ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା । ନବୀନ ବାବୁ ଚାହିଁଥିଲେ, ମହିଳାଙ୍କ ଉପରେ ନିର୍ଯାତନା ବନ୍ଦ କରିପାରିଥାନ୍ତେ। ତାଙ୍କ ସମୟରେ ପରୀ ଓ ବେବିନାଙ୍କୁ ନ୍ୟାୟ ମିଳିନଥିଲା। ଶହଶହ ମହିଳା ନିର୍ଯାତିତା ହୋଇଛନ୍ତି। ଏପରିକି ବିଜେଡି ନେତାମାନଙ୍କ ନାଁରେ ବି ଅଭିଯୋଗ ଆସିଥିଲା, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ସେ କେବଳ ଆଦର୍ଶ ଥାନା ପ୍ରତିଷ୍ଠା କରିଥିଲେ, ହେଲେ ଆମେ ଆଦର୍ଶ ପୁଲିସ ଅଧିକାରୀ ତିଆରି ଲାଗି ପ୍ରୟାସ କରିବୁ ବୋଏଲି କହିଛନ୍ତି ମନ୍ତ୍ରୀ । ଏହାସହିତ ନବୀନ ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ମନ୍ତ୍ରୀ ।’

ତେବେ ତେବେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍ରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୋଲିସ୍ ଓ ମେଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହାପରେ ମେଜରଙ୍କୁ ପୋଲିସ୍ ରାତି ତମାମ ଜେଲରେ ରଖିବା ସହିତ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମରିବା ଅଭିଯୋଗ କରିଥିଲେ ମେଜର । ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇଦେଇଥିଲା । ଏହି ଘଟଣାରେ ଗୁରୁବାର ମୁହଁ ଖୋଲିଛନ୍ତି ବାନ୍ଧବୀ । ତାଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଦିଆଯାଇଥିବା କଥା କହିଛନ୍ତି ।

ଯାହାକୁ ନେଇ ବିରୋଧୀ ଦଳ ନବୀନ ପଟ୍ଟନାୟକ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ପୋଲିସ ଥାନା ଅଧିକରୀମାନେ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଦୁର୍ଭାଗ୍ୟଜନକ ଏବଂ ବର୍ଣ୍ଣନା ବାହାରେ । ପୋଲିସଙ୍କ ଏପରି ବ୍ୟବହାର ଦେଶର ବିବେକକୁ କୁଠାରଘାତ କରିଛି । ଏଥିସହିତ ଏହି ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦାବିରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆହୁରି ମଧ୍ୟ ନୂଆ ସରକାରଙ୍କୁ ଶହେ ଦନ ପୂରିଥିଲେ ମଧ୍ୟ ସେ କ’ଣ କରୁଚନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

Leave A Reply

Your email address will not be published.