Latest Odisha News

BREAKING NEWS

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡମାରିବା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ଶୁକ୍ରବାର କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆଜି ସେ ଶୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ଓଡିଶା ପୋଲିସ ଓ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପ୍ରିୟଙ୍କା ପୋଷ୍ଟରେ ଲେଖିଛନ୍ତି ଯେ, ଓଡ଼ିଶାରେ ପୋଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ ଯାହା ହୋଇଛି ସେଥିରେ ପୂରା ଦେଶ ସ୍ତବ୍ଧ । ଏଠାରେ ସରକାର ପୋଲିସକୁ ରକ୍ଷକ ବଦଳରେ ଭକ୍ଷକ ବନାଇବା କାର୍ଯ୍ୟ କରାଉଛି । ତେଣୁ ଏଭଳି ଅବସ୍ଥାରେ ମହିଳାମାନେ ନ୍ୟାୟ ପାଇଁ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି।”

ସୂଚନାଯୋଗ୍ୟ, ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ମାଡ଼ମରାଯିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ଘଟଣାରେ ୫ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ପ୍ରିତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି, ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛି ।

Leave A Reply

Your email address will not be published.