Latest Odisha News

BREAKING NEWS

୪୦୦ ୱିକେଟ ନେବାରେ ଷଷ୍ଠ ଭାରତୀୟ ପେସର ହେଲେ ବୁମରାହ

ଚେନ୍ନାଇ: ଷଷ୍ଠ ଭାରତୀୟ ପେସର ଭାବେ ଯଶପ୍ରୀତ ବୁମରାହ ଆନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବୁମରାହ ୨୨୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଳ ଦେବ ୪୪୮ ଇନିଂସରେ ୬୮୭ ୱିକେଟ ହାସଲ କରିଥିଲେ । ସେହିପରି ଜାହୀର ଖାଁ ୩୭୩ ଇନିଂସରେ ୫୯୭ ୱିକେଟ, ଜଭାଗଲ ଶ୍ରୀନାଥ ୩୪୮ ଇନିଂସରେ ୫୫୧ ୱିକେଟ, ମହମ୍ମଦ ସାମୀ ୨୪୫ ଇନିଂସରେ ୪୪୮ ୱିକେଟ ଓ ଈଶାନ୍ତ ଶର୍ମା ୨୮୦ ଇନିଂସରେ ୩୪୩ ୱିକେଟ ନେଇଛନ୍ତି ।

ବୁମରାହ ବାଂଲାଦେଶ ବିପକ୍ଷ ମ୍ୟାଚରେ ଶଦମାନ ଇସଲାମ, ମୁସଫିକର ରହେମାନ, ହାସନ ମେହମୁଦ ଓ ଟସ୍କିନ ଅହମ୍ମଦଙ୍କ ୱିକେଟ ଅକ୍ତିଆର କରିଥିଲେ । ସୂଚନାଯୋଗ୍ୟ, ନିକଟରେ ସମ୍ପନ୍ନ ହୋଇଥିବା ଟି୨୦ ବିଶ୍ୱକପରେ ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ଚାମ୍ପିୟନ ହୋଇଥିଲ ।

Leave A Reply

Your email address will not be published.