Latest Odisha News

ଭରତପୁର ଥାନା ମାମଲା: ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ

ଭୁବନେଶ୍ଵର: ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ । କହିଲେ ଗୋଟିଏ ଘଟଣାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିହେବନି । ୨୫ ବର୍ଷର ସରକାରକୁ ୧୦୦ ଦିନର ସରକାର ସହ ତୁଳନା ଠିକ ନୁହେଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁସବୁ ବିଲକ୍ଷଣ ଦେଖୁଛନ୍ତି ସେଥିରେ ସବୁ ପୁରୁଣା ସରକାରଙ୍କ ଛୁଙ୍କ ରହିଛି । ଆଉ କିଛି ଦିନ ଅପେକ୍ଷା କରି ମୂଲ୍ୟାୟନ କରିବା ଦରକାର । ଯେଉଁମାନଙ୍କୁ ଖୋଜିଲେ ମିଳୁ ନ ଥିଲେ ସେମାନେ ଏବେ ଗାତରୁ ବାହାରିଛନ୍ତି । ପ୍ରେସ କନ୍‌ଫରେନ୍ସରେ କରି ଯେଉଁ ନିନ୍ଦା କରୁଛନ୍ତି, ସେମାନେ ନିଜ ଅମଳ କଥା ଭୁଲି ଯାଉଛନ୍ତି ବୋଲି କହିଛନ୍ତି ସୌମ୍ୟ ।

ସୂଚନାଯୋଗ୍ୟ ଯେ, ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲାଣି । ଘଟଣାକୁ ନେଇ ଶାସକ ଓ ବିରୋଧି ମୁହଁମୁହିଁ ହେଲେଣି । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିବା ବେଳେ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶାସକ ଦଳ । ସେପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

Leave A Reply

Your email address will not be published.