Latest Odisha News

ଭିଜା କିସ୍‌ମିସ୍ ଖାଆନ୍ତୁ, ଅନେକ ଫାଇଦା ପାଆନ୍ତୁ

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ ମିଳିଥାଏ। କିସ୍‌ମିସ୍ ଆମ ଶରୀର ଲାଗି ବହୁତ ଭଲ। ଅଷ୍ଟିଓପୋରୋସିସ୍ ପାଇଁ ସର୍ବୋତ୍ତମ ଚିକିତ୍ସା ଭିଜା କିସ୍‌ମିସ୍।

୭ ଦିନ ଧରି ବତୁରା ହୋଇଥିବା କିସ୍‌ମିସ୍‌ ସକାଳୁ ଖାଲି ପେଟରେ ଖାଆନ୍ତୁ। ଅନେକ ଫାଇଦା ମିଳିବ। ରାତିରେ ୧୦ରୁ ୧୨ଟି କିସ୍‌ମିସ୍‌ ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏଥିରୁ ପାଣି ଛାଣି କିସ୍‌ମିସ୍‌ ଖାଆନ୍ତୁ। ଫଳରେ ପାଚନ କ୍ରିୟା ଭଲ ହେବା ସହ ଖାଦ୍ୟ ହଜମ ବି ଭଲ ହେବ। ଡାଇଜେସନ୍‌ ମଧ୍ୟ ଠିକ୍ ରହିବ। ପେଟ ସୁସ୍ଥ ରହିବ ତ ମନ ବି ସୁସ୍ଥ ରହିବ।

ଅଷ୍ଟିଓପୋରୋସିସ୍ ରୋଗ କ୍ୟାଲସିୟମ ଅଭାବରୁ ହୋଇଥାଏ, ଯେଉଁଥିରେ ହାଡ ଦୁର୍ବଳ ହୋଇଯାଏ। କିସମିସ୍ ଖାଇବା ଦ୍ୱାରା ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଏବଂ ବୋରନ୍ ଶରୀରକୁ ଯୋଗାଏ। ଆପଣଙ୍କ ନଖ, ଦାନ୍ତ ଇତ୍ୟାଦି ପାଇଁ କ୍ୟାଲସିୟମ୍ ମଧ୍ୟ ଜରୁରୀ। କ୍ୟାଲସିୟମ ସହିତ ବୋରନ୍ ହାଡକୁ ସୁସ୍ଥ କରିଥାଏ। ତେଣୁ ଏହି ସବୁ କିସ୍‌ମିସ୍‌ରେ ଥାଏ। ନିତୀଦିନ ଏହାକୁ ସେବନ କରନ୍ତୁ।

ଯେଉଁମାନଙ୍କର ଦାନ୍ତ ଓ ଦାନ୍ତ ଦୁର୍ବଳ ଥାଏ କିମ୍ବା ଯନ୍ତ୍ରଣା ଭୋଗୁଛନ୍ତି ସେମାନେ ମଧ୍ୟ କିସମିସ୍ ଖାଇବା ଉଚିତ୍। ଏଥିରେ ଅନେକ ଫାଇଟୋକେମିକାଲ୍ ଥାଏ ଯାହା ପାଟିରେ ବଢୁଥିବା କ୍ଷତିକାରକ ଜୀବାଣୁ ସହିତ ଲଢେ ଏବଂ ପାଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। କିସ୍‌ମିସ୍‌ ଖାଇବା ଫଳରେ ପାଟି ଦୁର୍ଗନ୍ଧ ଦୁର ହୋଇଥାଏ।

ଏହି ଶୁଖିଲା ଫଳ ପ୍ରାରମ୍ଭିକ ଥକାପଣରେ ପୀଡିତ ଲୋକଙ୍କ ପାଇଁ ଏକ ସଞ୍ଜିବନୀଠାରୁ କମ୍ ନୁହେଁ। ଏହା ପ୍ରାକୃତିକ ସର୍କରା ଏବଂ କ୍ୟାଲୋରୀରେ ପରିପୂର୍ଣ୍ଣ। ତେଣୁ ବ୍ୟକ୍ତିର ଥକାପଣକୁ ଦୂର କରେ ଏହି ଭିଜା କିସ୍‌ମିସ୍ ସେବନ। ଦୁର୍ବଳ ଶରୀର ଥିବା ମହିଳାଙ୍କ ପାଇଁ ଏହା ମ୍ୟାଜିକ୍ ଭଳି କାମ କରିଥାଏ। ପ୍ରତିଦିନ କିସ୍‌ମିସ୍‌ ଖାଇଲେ ଶରୀରିକ ଦୁର୍ବଳତା ଦୂର ହୋଇଥାଏ। ଏହା ଏନର୍ଜି ମଧ୍ୟ ବଢ଼ାଇଥାଏ।

କିସ୍‌ମିସ୍‌ରେ ଥିବା ଆଣ୍ଟିଅନକ୍ସିଡାଣ୍ଟ ବାର୍ଦ୍ଧକ୍ୟ ମଧ୍ୟ ଦୂର କରିଥାଏ। ଏହା ତ୍ୱଚା ସଂକ୍ରମଣ ଏବଂ ତ୍ୱଚାର ବୟସ ଛାପକୁ ଦୂର କରିଥାଏ। ରୋଗପ୍ରତିରୋଧକ ଶକ୍ତି କିସ୍‌ମିସ୍‌ ଖାଇବା ଦ୍ୱାରା ବଢ଼ିଥାଏ। ପାଣିରେ ବତୁରା ଯାଇଥିବା କିସ୍‌ମିସ୍‌ରେ ସବୁପ୍ରକାର ପୌଷ୍ଟିକ ତତ୍ୱ ଭରପୂର ଥାଏ। ଆନେମିଆରୁ ରକ୍ଷା କରେ କିସ୍‌ମିସ୍‌। ଏଥିରେ ଆଇରନ୍ ପ୍ରଚୁର ମାତ୍ରାରେ ଥାଏ। ଏହାସହ ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ କିସ୍‌ମିସ୍‌ ଖାଇଲେ ଦୃଷ୍ଟି ଶକ୍ତି ବଢ଼ିଥାଏ।

Leave A Reply

Your email address will not be published.