Latest Odisha News

ଲେବାନନ ଉପରେ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଆକ୍ରମଣ କଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନ ଓ ଇସ୍ରାଏଲ ମଧ୍ୟରେ ଉପୁଜିଥିବା ସଂଘର୍ଷ ତୀବ୍ର ହେବାରେ ଲାଗିଛି । ସୋମବାର ଇସ୍ରାଏଲ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଲେବାନନ ଉପରେ ଆକ୍ରମଣ କରିଛି । ଏଥିରେ ୧୮୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ଆକ୍ରମଣ ପରେ ଲେବାନନରେ ୨ ଦିନ ପାଇଁ ସ୍କୁଲ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ତରବର ହେଉଥିବାରୁ ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି । ଆକ୍ରମଣ ପୂର୍ବରୁ ଇସ୍ରାଏଲ ହିଜବୁଲ୍ଲା ରହୁଥିବା ସ୍ଥାନଠାରୁ ଦୂରକୁ ଯିବା ପାଇଁ ଲେବାନନ ନାଗରିକଙ୍କ ନିକଟରୁ ମେସେଜ ପଠାଇଥିଲା ।

ପେଜର ଓ ୱାକିଟକିର ସିରିଏଲ ବିସ୍ଫୋରଣ ପରେ ଇସ୍ରାଏଲ ଉପରେ ଲେବାନନ ଘନ ଘନ ମିସାଇଲ ଆକ୍ରମଣ କରିଥିଲା । ଏବେ ଇସ୍ରାଏଲ ଏହାର ଜବାବ ଦେବାରେ ଲାଗିଛି । ହମାସ ପରେ ଏବେ ହିଜବୁଲ୍ଲାର ଅନ୍ତ ହେବା ସମୟ ଉପନୀତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.