Latest Odisha News

BREAKING NEWS

ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଚିହ୍ନଟ। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ଥିବା କୁହାଯାଉଛି। ଏହି ନୂଆ ଭ୍ୟାରିଆଣ୍ଟ ଦେଶର ପ୍ରଥମ ଘଟଣା।

ଏହି ମାମଲା ସାମ୍ନାକୁ ଆସିବା ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ବିଦେଶରୁ ଫେରୁଥିବା ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ବିଦେଶରୁ ଫେରୁଥିଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାନ୍ତୁ ଏବଂ ଯଦି କୌଣସି ଲକ୍ଷଣ ଦେଖାଦେଉଛି ତେବେ ଚିକିତ୍ସିତ ହୁଅନ୍ତୁ।

ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

Comments are closed.