Latest Odisha News

୪ ହଜାରରୁ ଉର୍ଦ୍ଧ୍ବ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ: ବରଗଡ ସହରରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ନିଶା କରବାର । ଏହାକୁ ରୋକିବା ଦିଗରେ ପୋଲିସ ମଧ୍ୟ ନୂତନ କୌଶଳ ଆପଣେଇ ନିଶା ବେପାରୀ ମାନଙ୍କୁ ଧରିବାରେ ସଫଳ ହୋଇଛି l ତେବେ ବରଗଡ଼ ରିଜର୍ଭ ପୋଲିସ ଛକରେ ବ୍ୟାପକ ମାତ୍ରାରେ କଫ ସିରପ ଜବତ କରିଛି ଟାଉନ ପୋଲିସ ।

ସୋମବାର ଦିନ ଦ୍ବିପ୍ରହରେ ବରଗଡ଼ର ପୁରୁଣା ରିଜର୍ଭ ପୋଲିସ ଛକରେ କଫ୍ ସିରପ କାରବାର ହେଉଥିବା ଖବରପାଇ ବରଗଡ଼ ଟାଉନ ପୋଲିସ ଚଢ଼ାଉ କରି ୧୭ ଜଣ ଦୁର୍ବୁତ୍ତକୁ ଗିରଫ କରିଥିବା ବେଳେ, ଘଟଣାସ୍ଥଳରୁ ଗୋଟିଏ କାର୍, ପିକଅପ ଓ ବାଇକ ସହ ୪ ହଜାର ୪୭୫ ବୋତଲ କଫ୍ ସିରପ ଜବତ କରିଛି ।

ତେବେ ୧୭ ଜଣକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ ଜାରି ରଖିଥିବା ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

Leave A Reply

Your email address will not be published.