Latest Odisha News

BREAKING NEWS

ତିରୁପତି ମନ୍ଦିର ବିବାଦ ନେଇ ଶ୍ରୀମନ୍ଦିରରେ ଛନକା: ଯାଞ୍ଚ ହେବ ଘିଅ!

ପୁରୀ:  ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଯେଉଁ ବିବାଦ ଦେଖାଦେଇଛି ତାହା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ଭକ୍ତଙ୍କ ଆବେଗକୁ ମଧ୍ୟ ଠେସ୍ ପହଞ୍ଚିଛି । ସେପଟେ ଏହାର ପ୍ରଭାବ ମଧ୍ୟ ଦେଶର ସମସ୍ତ ମନ୍ଦିରରେ ଦେଖାଦେଲାଣି ।  ଏନେଇ ସବୁ ମନ୍ଦିର ପ୍ରଶାସନ ଏନେଇ ସଜାଗ ହେଲେଣି । ମନ୍ଦିର ପ୍ରସାଦରେ ବ୍ୟବହାର ହେଉଥିବା ଘିଅ ଆଉ ଅପମିଶ୍ରିତ ନୁହେଁ ତ ଏହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏନେଇ ରାଜ୍ୟର ବଡ ଠାକୁର ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଛନକା ସୃଷ୍ଟି ହୋଇଛି । ଶ୍ରୀମନ୍ଦିରରେ ମହାପ୍ରସାଦରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଏନେଇ ଜିଲ୍ଲାପାଳ କହିଛନ୍ତି, ତିରୁପତି ଘଟଣା ପରେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ଯଦି ଆବଶ୍ୟକ ପଡ଼େ ତାହେଲେ ମାନ ଯାଞ୍ଚ ହେବ । ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅର ମାନ ମଧ୍ୟ ଯାଞ୍ଚ ହେବ । ଏନେଇ ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ଆମେ ଆଲୋଚନା କରିବୁ । ଏଥିସହିତ ଶ୍ରୀମନ୍ଦିରକୁ ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ଏବେ ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ବର ମନ୍ଦିରର ପ୍ରସାଦରେ ଫିସ୍ ଅଏଲ ଆଉ ପଶୁ ଚର୍ବି ବ୍ୟବହୃତ ହେଉଥିବା ଭକ୍ତଙ୍କୁ ମର୍ମାହତ କରିଥିବା ବେଳେ ଏବେ କାଳେ ତିରୁପତି ଭୋଗରୁ ତମ୍ବାକୁ ବାହାରୁଥିବା ଜଣେ ଭକ୍ତ ଅଭିଯୋଗ କରିଛନ୍ତି । ଆନ୍ଧ୍ର ଖମ୍ମମ୍‌ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ ନାମକ ଜଣେ ମହିଳା ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରୁ ପ୍ରସାଦ ଭାବେ ପାଇଥିବା ଲଡୁରେ ତମ୍ବାକୁ ପଡିଥିବା ଦେଖିବାକୁ ପାଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

Leave A Reply

Your email address will not be published.