Latest Odisha News

BREAKING NEWS

ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅବସର ନେଇଥିଲେ ଏହି ମହାନ ଖେଳାଳି

ମେଲବୋର୍ଣ୍ଣ: ଭାରତର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅଷ୍ଟ୍ରେଲିଆର ଜଣେ ମହାନ ଖେଳାଳି ଏତେ ମାତ୍ରାରେ ଚାପଗ୍ରସ୍ତ ହୋଇଥିଲେ ଯେ, ସେ ଅବସର ଘୋଷଣା କରିଥିଲେ । ଏହି ମହାନ ଖେଳାଳିଜଣଙ୍କ ହେଲେ ଆଡାମ ଗିଲକ୍ରିଷ୍ଟ । ୨୦୦୮ରେ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟର ମଝିରେ ସେ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ୧୦୦ ଟେଷ୍ଟ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ଆଉ ୪ଟି ମ୍ୟାଚର ଆବଶ୍ୟକତା ରହିଥିଲା । ଏବେ ସେ ତାଙ୍କ ଅବସର ନେବାର କାରଣ କହିଛନ୍ତି । ମ୍ୟାଚ ଅବସରରେ ଲକ୍ଷ୍ମଣଙ୍କ ଏକ ସହଜ କ୍ୟାଚ ସେ ଡ୍ରପ କରି ଦେଇଥିଲେ । ଏହି କ୍ୟାଚ ତାଙ୍କ ମନରୁ ଯାଇ ନ ଥିଲା ।

ସେ ସାଥୀ ଖେଳାଳି ମାଥ୍ୟୁ ହେଡେନଙ୍କୁ ଅବସର ସମ୍ପର୍କରେ କହିଥିଲେ । ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଗିଲକ୍ରିଷ୍ଟଙ୍କୁ ବୁଝେଇଥିଲେ, ଯାହା କିଛି ଭୁଲ ହୋଇଛି ଆମେ ଟିମ ଭାବେ ଏହାର ସାମ୍ନା କରିବା । ମାତ୍ର ସେ ଶୁଣି ନ ଥିଲେ । ଏହା ପରେ ଗିଲକ୍ରିଷ୍ଟ ୱେଷ୍ଟଇଣ୍ଡିଜ ଏବଂ ଭାରତ ଗସ୍ତରେ ସହଜରେ କ୍ୟାରିୟରର ୧୦୦ ଟେଷ୍ଟ ଖେଳି ପାରିଥାନ୍ତେ । ୨୦୦୮ରେ ଗିଲକ୍ରିଷ୍ଟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସେହି ବର୍ଷ ଦିନିକିଆ ଏବଂ ଟି୨୦କୁ ମଧ୍ୟ ଅଲବିଦା କହିଥିଲେ ।

Leave A Reply

Your email address will not be published.