Latest Odisha News

ମହାଲକ୍ଷ୍ମୀ ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ସୁଇସାଇଡ୍ ନୋଟ୍ ପରେ ବି ଅନେକ ପ୍ରଶ୍ନ…..

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମହାଲକ୍ଷ୍ମୀ ମୃତ୍ୟୁ ମାମଲା ଏବେ ବେଶୀ ଘନାଇଛି । ବେଙ୍ଗାଲୁରୁରେ ହତ୍ୟା କରିଥିବା ଅଭିଯୁକ୍ତ ଭଦ୍ରକରେ ନିଜର ଜୀବନ ହାରିଛି ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ। ବୁଧବାର ସେ ଭଦ୍ରକ ଧୁଷୁରୀ ଥାନା କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମରିବା ପୂର୍ବରୁ ସେ ସବୁ ସତ ଉପରୁ ପରଦା ହଟାଇଛି । ତାର ସୁଇସାଇଡ ନୋଟ୍ ରେ କିପରି ସେ ଏହି କାଣ୍ଡ ଭିଆଇଥିଲା, କିପରି ମହାଲକ୍ଷ୍ମୀ ତାକୁ ବ୍ଲାକମେଲ କରୁଥିଲା, ତାର କାହାଣୀ କହିଛି । ଏନେଇ ଅଭିଯୁକ୍ତିର ମା ଓ ସାନ ଭାଇ ମଧ୍ୟ ସତ ମାନିଛନ୍ତି । ତଥାପି ମହାଲକ୍ଷ୍ମୀ ମୃତ୍ୟୁ ନେଇ ଏବେ ବି ଅନେକ ପ୍ରଶ୍ନବାଚୀ ।

ତେବେ ଏହି ଘଟଣାରେ ଯଦି ମୁକ୍ତି ରଞ୍ଜନ ରାୟ ହିଁ ମୁଖ୍ୟ ଅଭିଯୁକ୍ତ ଥିଲା ତାହାଲେ ଏହି ଘଟଣା ଘଟିଥିବା ସମୟରେ କିଏ ପ୍ରତିଦିନ ସ୍କୁଟିରେ ମହାଲକ୍ଷ୍ମୀଙ୍କୁ ନବାଆଣିବା ପାଇଁ ତାଙ୍କ ଫ୍ଲାଟକୁ ଆସୁଥିଲେ?  ଏହି ମାମଲାରେ ମହାଲକ୍ଷ୍ମୀଙ୍କ ସ୍ବାମୀ, ଅସରଫ ନାମକ ବ୍ୟକ୍ତିର ନାମ କହିଥିଲେ ଯାହା ସାଙ୍ଗରେ ମହାଲକ୍ଷ୍ମୀ ଗତ ୯ ମାସ ହେବ ଉକ୍ତ ଫ୍ଲାଟରେ ରହିଆସୁଛନ୍ତି । ସେ କୁଆଡେ ଗଲେ? ସେପଟେ ନିଜେ ମହାଲକ୍ଷ୍ମୀ ତାଙ୍କ ସ୍ବାମୀଙ୍କ ନାଁ ନିର୍ଯାତନା ଅଭିଯୋଗ ଆଣିଥିଲେ, ଯାହା ଘଟଣାରେ ସ୍ବାମୀଙ୍କ ଉପସ୍ଥିତି ନେଇ ମଧ୍ୟ ସନ୍ଦେହ ଘେରକୁ ଟାଣୁଛି । ସ୍ବାମୀଙ୍କୁ କ’ଣ ମହାଲକ୍ଷ୍ମୀଙ୍କ ପ୍ରେମ ବିଷୟରେ ଜଣାଥିଲା । ନା ତାଙ୍କର ଏଥିରେ କିଛି ସଂପୃକ୍ତି ବି ରହିଛି । ସେପଟେ ମୁକ୍ତିର ଭାଇ ଦ୍ବାରା ମଧ୍ୟ ମୁକ୍ତି ବିରୁଦ୍ଧରେ ଲାଗିଥିବା ଅପହରଣ ମାମଲାର ସତ୍ୟ ଖୋଜିବା ପାଇଁ ଦାବି କରାଯାଇଛି ।

ଅନ୍ୟପକ୍ଷରେ ଗୋଟିଏ ପ୍ରଶ୍ନ ଯାହା ସବୁଠି ଚର୍ଚ୍ଚା, ତାହା ହେଲା ମହାଲକ୍ଷ୍ମୀ କାମ କରୁଥିବା ମହଲରେ କ’ଣ ମହାଲକ୍ଷ୍ମୀର କେହିବି ଘନିଷ୍ଠ ନଥିଲେ ? ମହାଲକ୍ଷ୍ମୀ ଏତେ ଦିନ କାମକୁ ନଯିବା ସେମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିନଥିଲା କି ? ସେମାନେ କେବେ କାହିଁକି ଏନେଇ କିଛି ଅଭିଯୋଗ କରିନାହାନ୍ତି । କାହିଁକି ଘରୁ ଦୁର୍ଗନ୍ଧ ହେବା ଯାଏ କଥା ଗଲା? ପଡୋଶୀ କି ପରିବାର ଲୋକେ ମହାଲକ୍ଷ୍ମୀ କୁଆଡେ ଗଲେ ବୋଲି ପ୍ରଶ୍ନ କାହିଁକି କଲେନି? ସେ ସୁଇସାଇଡ ନୋଟ ସତ ଥିଲା, ନା ତା ଭିତରେ ବି ଲୁଚି ରହିଛି ଅନେକ ରହସ୍ୟ? ଏମିତି ଅନେକ କିଛି ପ୍ରଶ୍ନ ଉପରେ ଖୋଳତାଡ କରୁଛି ବେଙ୍ଗାଲୁରୁ ପୋଲିସ୍ ।

Leave A Reply

Your email address will not be published.