Latest Odisha News

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ଚୌହାନ କହିଛନ୍ତି, ତିରୁପତି ଘଟଣା ପରେ ସରକାର ସଜାଗ ଅଛନ୍ତି । ଶ୍ରୀମନ୍ଦିରରେ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ଖୁବ ଶୀଘ୍ର ଫୁଡ୍ ଇନସ୍ପେକ୍ଟର ନିଯୁକ୍ତ କରାଯାଇ ମହାପ୍ରଭୁଙ୍କର ରୋଷ ଘରକୁ ଯାଉଥିବା ସମସ୍ତ ସାମଗ୍ରୀ ସାମଗ୍ରୀ ଏବଂ ଅବଢାର ମାନ ଯାଞ୍ଚ ହେବ । ଏଥିସହିତ ମହାପ୍ରସାଦ ଲାଗି ବ୍ୟବହୃତ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ ହେବ । ଏଥିପାଇଁ ଫୁଟ୍ ଇନସ୍ପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.