Latest Odisha News

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ ନିର୍ମାଣ ପାଇଁ ବିଲ୍ ପାସ୍ କରାଇବାକୁ ଜଣେ ଠିକାଦାରଙ୍କ ଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଠିକାଦାର ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଏହି ଟଙ୍କା ନେବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ।

ଏହି ଘଟଣାରେ ଭାନୁମତୀଙ୍କ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଭାନୁମତୀଙ୍କ ନିକଟରେ ଆୟବର୍ହିଭୁତ ସମ୍ପତ୍ତି ଥିବା ଅନୁମାନ କରାଯାଉଛି ।

ତାଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ସଂଶୋଧନ ଅଧିନିୟମ ୨୦୧୮ ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.