Latest Odisha News

BREAKING NEWS

ବିରାଟଙ୍କୁ ଦେଖିବାକୁ ୭ ଘଣ୍ଟାରେ ୫୮ କିମି. ସାଇକେଲ ଚଳାଇ ଆସିଲେ ୧୫ ବର୍ଷର ବାଳକ

କାନପୁର: କ୍ରିକେଟର ବିରାଟ କୋହଲିଙ୍କ ବହୁ ପ୍ରଶଂସକ ରହିଛନ୍ତି। ହେଲେ ଇଏ ହେଉଛନ୍ତି ଏଭଳି ଜଣେ ଫ୍ୟାନ ଯିଏ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଛନ୍ତି।

କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ତେବେ ପ୍ରଥମ ଦିନରେ ବର୍ଷା ହେତୁ କେବଳ ୩୫ ଓଭର ବୋଲିଂ ହୋଇ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା। ବାଂଲାଦେଶ ବ୍ୟାଟିଂ କରୁଥିବାବେଳେ ୩ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲା।

ଏହି ସମୟରେ ସୋସିଆଲ ମିଡିଆରେ ଜଣେ ୧୫ବର୍ଷର ବାଳକର ଏକ ଭିଡିଓ ଭାଇରାଲ ହେଉଛି। ବିରାଟ କୋହଲିଙ୍କ ଏହି ଯୁବ ପ୍ରଶଂସକ ତାଙ୍କ ହିରୋଙ୍କୁ ଦେଖିବା ପାଇଁ ଉନ୍ନାଓରୁ କାନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିଲୋମିଟର ସାଇକେଲ ଚଳାଇ ଆସିଥିଲେ।

ଭାଇରାଲ ହେଉଥିବା ବାଳକର ନାମ କାର୍ତ୍ତିକେୟ ବୋଲି ଜଣାପଡିଛି। ପିଲାଟି ସେପ୍ଟେମ୍ବର ୨୭ ତାରିଖ ଭୋର୍ ୪ଟାରୁ ଘରୁ ବାହାରିଥିବା ବେଳେ ଦିନ ୧୧ଟାରେ ଷ୍ଟାଡିୟମରେ ପହଞ୍ଚିଥିଲା ବୋଲି କହିଛି। ତେବେ କାର୍ତ୍ତିକେୟଙ୍କ ଭିଡିଓ ଦେଖି ଲୋକମାନେ ତାଙ୍କର ଉତ୍ସାହକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରୁଛନ୍ତି।

 

Comments are closed.