Latest Odisha News

BREAKING NEWS

ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍‌ ଲୁକ୍‌..

ଭୁବନେଶ୍ୱର: ଫିଲ୍ମ ‘ରାଣ୍ଡିପୁଅ ଅନନ୍ତା’ ଫାଷ୍ଟ୍‌ ଲୁକ୍‌ ସାମ୍ନାକୁ ଆସିଛି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଓଲିଉଡ୍‌ ର ହିରୋ ସବ୍ୟସାଚୀ ମିଶ୍ର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ଚଳଚ୍ଚିତ୍ର ରୂପ ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ ପଡିଛି । ପୂର୍ବରୁ ସବ୍ୟଙ୍କ ଓଜନ ୭୫ ଥିବାବେଳେ ସେ ଆହୁରି ୨୫ କେଜି ବଢାଇଛନ୍ତି । ଯାହାର ଭିଡିଓ ସେ ସୋଶିଆଲ ମିଡ଼ିଆ ଆକାଉଣ୍ଟ ‘ଇନଷ୍ଟାଗ୍ରାମ’ରେ ପୋଷ୍ଟ କରିଛନ୍ତି ।

ଏହା ସହ ସେ ଲେଖିଛନ୍ତି ଯେ, ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବଳିଷ୍ଠ କାହାଣୀ ଉପରେ ଚଳଚ୍ଚିତ୍ର କରିବାର ସୁଯୋଗ ପାଇଲି ।

ସେ ଆହୁରି ସୋଶିଆଲ ମିଡ଼ିଆ ଆକାଉଣ୍ଟ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ମୋ ନୂଆ ସିନେମା ମୋ ନୂଆ ପରିଚୟ ହେଉ, ସେତିକି ପ୍ରାର୍ଥନା। ଏହି ଅନନ୍ତା ଚରିତ୍ର ପାଇଁ ଅନେକ ମାସରୁ ପେଟ ବଢାଉ ଥିଲି ଓ ପେଟ ଭିତରେ ଏହି ସିନେମା ବିଷୟ ଲୁଚେଇ ରଖିଥିଲି । ଆପଣଙ୍କୁ ଜଣାଇନଥିଲି । ଏକାଥରେ ଫାଷ୍ଟ ଲୁକ୍‌ରେ ଆପଣଙ୍କୁ ସରପ୍ରାଇଜ୍ ଦେବାର ଇଚ୍ଛା ଥିଲା। ଆଶା ଆପଣଙ୍କୁ ମୋ ଲୁକ୍‌ ମାଧ୍ୟମରେ ସରପ୍ରାଇଜ୍ ଦେଇ ପାରିଛି ବୋଲି ସବ୍ୟସାଚୀ ଲେଖିଛନ୍ତି ।

Leave A Reply

Your email address will not be published.