Latest Odisha News

ଆଜିଠୁ ଆକାଶରେ ଦେଖାଯିବ ୨ଟି ଚନ୍ଦ୍ର

ନୂଆଦିଲ୍ଲୀ: ଆଜିଠୁ ଆକାଶରେ ଦେଖାଯିବ ୨ଟି ଚନ୍ଦ୍ର। କାରଣ ଏକ ଗ୍ରହାଣୁ ପୃଥିବୀର କକ୍ଷପଥରେ ପ୍ରବେଶ କରିବାକୁ ଯାଉଛି। ବୈଜ୍ଞାନିକ ମାନେ ଏହାକୁ ‘ମିନି ଚନ୍ଦ୍ର’ ବୋଲି କହୁଛନ୍ତି। ତେବେ ଆଜିଠାରୁ ଏହା ଦେଖାଯିବାକୁ ଥିବା ବେଳେ ନଭେମ୍ବର ୨୫ ଯାଏଁ କକ୍ଷପଥରେ ଘୂରି ବୁଲିବ। ଯାହାର ଅର୍ଥ ହେଉଛି ପୃଥିବୀରେ ଏହି ଦୁଇମାସ ମଧ୍ୟରେ ଦୁଇଟି ଚନ୍ଦ୍ର ଦେଖାଯିବ।

ତେବେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ। ଏହାକୁ କେବଳ ସ୍ୱତନ୍ତ୍ର ଟେଲିସ୍କୋପ ମାଧ୍ୟମରେ ଦେଖିହେବ।

ଏହା ଆକାଶରେ ଦୃଶ୍ୟମାନ ହେଉଥିବା ଚନ୍ଦ୍ର ପରି ଦେଖାଯିବ ନାହିଁ, ବରଂ ଏହା ଏକ ଆଷ୍ଟ୍ରଏଡ୍ ଭଳି ଅତି ଛୋଟ ହେବ। ଏହି ମିନି ଚନ୍ଦ୍ରର ନାମ ହେଉଛି 2024 PT5।ଏହି ମିନି-ଚନ୍ଦ୍ର 2024 PT5ର ବ୍ୟାସ ମାତ୍ର ୧୦ମିଟର (୩୩ ଫୁଟ)।

ସୂଚନା ଅନୁଯାୟୀ, ବୈଜ୍ଞାନିକମାନେ ଏହାକୁ ଚଳିତ ବର୍ଷ ଅଗଷ୍ଟରେ ଆବିଷ୍କାର କରିଥିଲେ। ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପ୍ରଭାବିତ ହେବ।

Leave A Reply

Your email address will not be published.