Latest Odisha News

ଦେଶରେ ୫୦୦ ଇଭି ଚାର୍ଜିଂ ସେଣ୍ଟରର ଶୁଭାରମ୍ଭ କଲେ ପିଏମ ମୋଦୀ

ମୁମ୍ବାଇ: ଦେଶରେ ବୈଦ୍ୟୁତିକ ଯାନ ସଂଖ୍ୟା ବୃଦ୍ଧି ପାଇଁ ଭାରତ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ବୈଦ୍ୟୁତିକ ଯାନ କ୍ରୟ ଉପରେ ସବସିଡି ଦେଉଛନ୍ତି। କିନ୍ତୁ ଏକ ବୈଦ୍ୟୁତିକ ଯାନ କିଣିବା ପୂର୍ବରୁ, ଲୋକଙ୍କ ମନରେ ଏହି ଯାନଗୁଡ଼ିକର ଚାର୍ଜ ବିଷୟରେ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି। ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶରେ ୫୦୦ ନୂତନ ଚାର୍ଜିଂ ଷ୍ଟେସନ୍ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସେପ୍ଟେମ୍ବର ୨୯) ମହାରାଷ୍ଟ୍ର ରାଜ୍ୟ ପୁନେ ସହରରେ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସବୁଜ ଶକ୍ତି ବା ଗ୍ରୀନ ଏନର୍ଜୀ କ୍ଷେତ୍ରରେ ଇଭି ଚାର୍ଜିଂ ଷ୍ଟେସନ ଏବଂ ଏଲଏନଜି ଷ୍ଟେସନ ମଧ୍ୟ ଆରମ୍ଭ କରିଥିଲେ। ପୁନେରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଭାରତ ସରକାର କୋଟି କୋଟି ଟଙ୍କାର ଯୋଜନା ଆରମ୍ଭ କରିଥିଲେ।

ପିଏମ ମୋଦୀ ଦେଶରେ ୫୦୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ ଲଞ୍ଚ କରିଛନ୍ତି। ଏଥି ସହିତ ଭାରତ ସରକାର ୨୦୨୫ ସୁଦ୍ଧା ୧୦ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି, ଯେଉଁଥିପାଇଁ ୧୫୦୦ କୋଟି ଟଙ୍କା ରଖାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଦେଶରେ ୨୦ଟି ତରଳ ପ୍ରାକୃତିକ ଗ୍ୟାସ (LNG) ଷ୍ଟେସନ ମଧ୍ୟ ଆରମ୍ଭ କରିଛନ୍ତି, ସେଥିମଧ୍ୟରୁ ତିନୋଟି ମହାରାଷ୍ଟ୍ରରେ ସ୍ଥାପନ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ପୁନେରେ ମେଟ୍ରୋ ରେଳ ପ୍ରକଳ୍ପର ନେଟୱାର୍କକୁ ବିସ୍ତାର କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୯ଟି ନୂତନ ଷ୍ଟେସନକୁ ସମ୍ପ୍ରସାରିତ କରାଯାଇଛି। ଏହା ସହିତ ସୋଲାପୁର ବିମାନବନ୍ଦରର ଉଦଘାଟନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ରାନ୍ତିଜୋତି ସାବିତ୍ରୀବାଇ ଫୁଲେଙ୍କ ପ୍ରଥମ ବାଳିକା ବିଦ୍ୟାଳୟ, ବିଦ୍ୟା ମେମୋରିଆଲର ଭୁମି ପୂଜନ ମଧ୍ୟ କରିଥିଲେ। ଏହି ଯୋଜନାଗୁଡିକର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁନେବାସୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି।

Leave A Reply

Your email address will not be published.