Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ଟି୨୦ ସିରିଜ:ଅଭିଷେକଙ୍କ ସହ କିଏ କରିବେ ଓପନିଂ

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଘୋଷିତ ୧୫ ଜଣିଆ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେବେ । ଅକ୍ଟୋବର ୬ରେ ପ୍ରଥମ ଟି୨୦ ଗ୍ୱାଲିୟରରେ ଖେଳାଯିବ । ଏହା ପରେ ବାକି ୨ଟି ମ୍ୟାଚ ୯ ଏବଂ ୧୨ରେ ଦିଲ୍ଲୀ, ହାଇଦ୍ରାବାଦରେ ଖେଳାଯିବ । ଏକ ଶକ୍ତିଶାଳୀ ଟିମ ଚୟନ ହୋଇଥିଲେ ମଧ୍ୟ ଅଭିଷେକ ଶର୍ମାଙ୍କ ସହ କିଏ ଓପନିଂ କରିବେ ତାହା ଏକ ସମସ୍ୟା ସୃଷ୍ଟି କରିଛି । ରିତୁରାଜ ଗାଏକ୍ୱାଡ ଓ ଶୁଭମନ ଗିଲ ଟିମରେ ନ ଥିବାରୁ ଯେତେଦୂର ସମ୍ଭବ ସଞ୍ଜୁ ସାମସନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ ।

ସଞ୍ଜୁ ଟି୨୦ରେ ମାତ୍ର ୫ଟି ମ୍ୟାଚରେ ଓପିନଂ କରି ୭୭ ରନ ସଂଗ୍ରହ କରିଛନ୍ତି । ଦ୍ୱିତୀୟ ବିକଳ୍ପ ୱାଶିଂଟନ ସୁନ୍ଦର ରହିଛନ୍ତି । ସେ ଅବଶ୍ୟ ଟି୨୦ରେ ଓପନିଂ କରି ନାହାନ୍ତି କିନ୍ତୁ ଦିନିକିଆରେ ତାଙ୍କ ଉପରେ ପରୀକ୍ଷଣ କରାଯାଇଛି । ଯଦି ସେ ଓପିନଂ କରିବେ ତେବେ ବାମହାତୀ ଓ ଡାହାଣହାତୀ କମ୍ବିନେଶନ ଦଳକୁ ମିଳିପାରିବ । ବାଂଲାଦେଶ ବ୍ୟାଟ୍ସମ୍ୟାନ ସ୍ପିନ ବୋଲିଂକୁ ଭଲ ଭାବେ ଖେଳି ପାରୁଥିବାରୁ ତାଙ୍କ ବିପକ୍ଷରେ ଟିମ ମ୍ୟାନେଜମେଂଟ ଅଲଗା ରଣନୀତି ଆପଣାଇପାରେ ।
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ବରୁଣ ଚକ୍ରବର୍ତି, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ ।

Leave A Reply

Your email address will not be published.