Latest Odisha News

ରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ବୋଲିଂ ସଂଘ ପକ୍ଷରୁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଲନ୍ ବଲ୍ ପ୍ରତିଯୋଗିତା ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ଟେନିସ୍ ଷ୍ଟାଡିୟମ୍ ସେଣ୍ଟର୍ କୋର୍ଟରେ ଅସ୍ଥାୟୀ ଭାବେ ପ୍ରସ୍ତୁତ ଲନ୍ ବଲ୍ ଗାଲିଚା ଉପରେ ଖେଳାଯାଉଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ୧୨ ଜିଲ୍ଲାସ୍ତରୀୟ ଦଳରୁ ୧୯୨ ଖେଳାଳିଙ୍କ ସହ ୨୦୦ରୁ ଊର୍ଧ୍ବ ଅଂଶଗ୍ରହଣ କରିଛନ୍ତି । ଖୋର୍ଦ୍ଧା ଓ ଭୁବନେଶ୍ବର ରାଜ୍ୟ ପ୍ରତିଯୋଗିତାରେ ପ୍ରଥମ ଥର ଅଂଶଗ୍ରହଣ କରିଛନ୍ତି ।

ଓଡ଼ିଶା ହକି ବିକାଶ ପରିଷଦର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ବିଜୟ କୁମାର ସ୍ବାଇଁ, ରାଜ୍ୟ ବୋଲିଂ ସଂଘ ବରିଷ୍ଠ ଉପ ସଭାପତି ମନ୍ମଥ ସିଂହଦେଓ, ‌ବିଶ୍ବ ବୋଲିଂ ସଂଘର ଟେକନିକାଲ୍ ଅଫିସିଆଲ୍ ତଥା ଜାତୀୟ ଦଳ ଚୟନକର୍ତା ନୀତୀନ ବସୱାନି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସୁମିତ ରଂଜନ ପୁରୋହିତ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ମୋଟ ୧୦ ଇଭେଣ୍ଟ୍ ଖେଳାଯିବାକୁ ଥିବାବେଳେ ରବିବାର ମହିଳା ସିଙ୍ଗଲ୍ସ, ଫୋର୍ସ, ବାଳକ ସିଙ୍ଗଲ୍ସ, ପୁରୁଷ ପେୟାର୍ସ, ‌ଟ୍ରିପଲ୍ ଇଭେଣ୍ଟ୍ ଗୁଡ଼ିକର ଗ୍ରୁପ୍ ମ୍ୟାଚ୍ ଖେଳାଯାଇଛି । ‌ସୋମବାର ଏହି ୫ ବର୍ଗର ସେମିଫାଇନାଲ୍ ଓ ଫାଇନାଲ୍ ଖେଳାଯିବ ।

Leave A Reply

Your email address will not be published.