Latest Odisha News

BREAKING NEWS

ଡିପଥେରିଆ ଆତଙ୍କ: ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ପରିସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ମାଲକାନଗିରି: ମାଲକାନଗିରି ଡିପଥେରିଆ ଆତଙ୍କ। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡିକାଲ ଟିମ୍ ଗାଁରେ ପହଂଚି ସ୍ଥିତି ପରଖିଛି। ମୃତକ ଜଣକ ଛାତ୍ର ହୋଇଥିବାରୁ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ଟିମ୍ ।

କୋରାପୁଟ, ରାୟଗଡା ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ଡିପଥେରିଆ ରୋଗ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥିତ ଚିତ୍ରାଙ୍ଗପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ରୋଗରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ଅନ୍ୟଜଣେ ଛାତ୍ରଙ୍କ ପଜିଟିଭ ରିପୋର୍ଟ ଜଣାପଡିବା ପରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ପଠାଯାଇଛି।

ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଇମ୍ୟୁନାଇଜେସନ ବିଶେଷଜ୍ଞ ଟିମ୍ ଙ୍କ ସହିତ ଡାକ୍ତର ଦୁର୍ଗା ପ୍ରସାଦ ରାଜ, କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାଃ. ଦିନବନ୍ଧୁ ମହାନନ୍ଦ ଓ ଅନ୍ୟାନ ଡାକ୍ତରୀ ଦଳ ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଭେକସିନ ଦେବା କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଟିମ୍।

 

Comments are closed.