Latest Odisha News

ନୋଟରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ଫଟୋ, ଜବତ ହେଲା କୋଟିଏରୁ ଅଧିକ ନକଲି ନୋଟ

ଅହମ୍ମଦାବାଦ୍: ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ । ଗୁଜରାଟ ଅହମ୍ମଦାବାଦରୁ ଅନୁପମଙ୍କ ଫଟୋ ଥିବା ପ୍ରାୟ ୧.୬୦କୋଟି ନୋଟ୍ ପୋଲିସ୍ ଜବତ କରିଛି । ଖାଲି ସେତିକି ନୁହେଁ, ଆରବିଆଇ ନାଁଙ୍କୁ ମଧ୍ୟ ବଦଳାଇ ସେହି ନୋଟ ଗୁଡିକରେ ଲେଖାଯାଇଛି ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ  । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଡା ବିଡା ନୋଟରେ ଝଲସୁଛନ୍ତି ଅନୁପମ ଖେର୍ ।

ତେବେ ଏହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ । ଏନେଇ ଅନୁପମ ଲେଖିଛନ୍ତି, ନିଅ ଏବେ ଏ କଥାକୁ ଦେଖ, ୫୦୦ ନୋଟରେ ଏବେ ଗାନ୍ଧୀଙ୍କ ଫଟୋ ସ୍ଥାନରେ ମୋ ଫଟୋ ଆସିଲାଣି??? କିଛି ଭି ହୋଇପାରେ!…… । ଯାହାକୁ ନେଇ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ବି ଦେଇଛନ୍ତି ୟୁଜର୍ସ ।

ତେବେ ମହାତ୍ମା ଗାନ୍ଧୀ ଓ ଅନୁପମଙ୍କ ଚେହେରାରେ ସମାନତା ଥିବାରୁ ଏଭଳି ଏହାକୁ ଛପାଇ ନକଲି ନୋଟ କାରବାର କରିଚାଲିଥିଲେ ଦୁର୍ବୃତ୍ତ । ଗତ ୨୨ ତାରିଖରେ ସୁରଟର ଏକ ନକଲି ନୋଟ ପ୍ରସ୍ତୁତ କରୁଥିବା କାରଖାନାରେ ଚଢାଉ ପରେ ଏହି ସବୁ ନୋଟ୍ ଜବତ କରିଥିଲା ପୋଲିସ୍ । ଏଥିସହିତ ନକଲି ନୋଟ କାରବାରରେ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ୍ । ତେବେ ପୋଲିସର କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ ‘ଫର୍ଜି’ ଦ୍ୱାରା ଅନୁପ୍ରାଣିତ ହୋଇ ତିଆରି କରିଛନ୍ତି ।

 

Leave A Reply

Your email address will not be published.