ଭୁବନେଶ୍ୱର: ଜୟପୁରରେ ବିସିସିଆଇରେ ହେବାକୁ ଥିବା ଆଗାମୀ ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫି ପାଇଁ ୧୭ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ସମ୍ବିତ ବେଜ ଦଳର ନେତୃତ୍ୱ ନେବେ । ଓଡିଶା କ୍ରିକେଟ ଆସୋସିଏଶନ ଜୁନିୟର ଚୟନ କମିଟି ସଦସ୍ୟ ଶୁଭ୍ରଜିତ ସାହୁ ଏବଂ ଦଳର କୋଚ ପ୍ରଭଞ୍ଜନ ମଲିକ ଦଳ ସମ୍ପର୍କରେ ଘୋଷଣା କରିଥିଲେ । ଅକ୍ଟୋବର ୪ରେ ମିଜୋରାମ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବେ । ଏହା ପରେ ୬ରେ ପଞ୍ଜାବକୁ, ୮ରେ ତାମିଲନାଡୁକୁ, ୧୦ରେ ତ୍ରିପୁରାକୁ ଓ ୧୨ରେ ଜମ୍ମୁ ଏବଂ କଶ୍ମୀରକୁ ଭେଟିବ । ଦଳର ଭଲ ପ୍ରଦର୍ଶନ ନେଇ ପ୍ରଭଞ୍ଜନ ଦୃଢ଼ ଆଶା ପୋଷଣ କରିଛନ୍ତି ।
ଓଡିଶା ଟିମ: ଶ୍ରେୟାଂଶ ଭରଦ୍ୱାଜ, ସମ୍ବିତ ବେଜ (ଅଧିନାୟକ), ହେମନ୍ତ ରାଠୀ, ସୟେଦ ଟି ଅହମ୍ମଦ, ପଙ୍କଳ ମୋକ୍ଷିତ, ଆକାଶ ମହାପାତ୍ର, ଆୟୂଷ ଚାନ୍ଦ, ସୌଭାଗ୍ୟ ଓଝା, ଅଭିନୀତ ପଟ୍ଟନାୟକ, ଆୟୂଷ ସୂତାର, ପଙ୍କଳ ଶଶାଙ୍କ, ରୂଦ୍ର ପ୍ରସାଦ ମଲ୍ଲିକ, ଉଦିତ ନାରାୟଣ ଜଟ, ଶ୍ରୀରାଜ ପଟ୍ଟନାୟକ, କ୍ରିଷ୍ଣା ମହାନ୍ତି, ଅର୍ଣ୍ଣବ ପଟ୍ଟନାୟକ ଓ ରୋହିତ ପ୍ରଧାନ ।
Comments are closed.