Latest Odisha News

‘ଦମନ’କୁ ମିଳିବ ଜାତୀୟ ପୁରସ୍କାର, ପୁଣି ଥରେ ହେବ ରିଲିଜ

ଭୁବନେଶ୍ଵର: ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର ଦମନକୁ ମିଳିବ ଜାତୀୟ ପୁରସ୍କାର । ଆସନ୍ତା ୮ ତାରିଖରେ ଏହି ପୁରଷ୍କାର ପ୍ରଦାନ କରାଯିବ । ଏହା ସହ ଠିକ୍ ପରଦିନ ଅର୍ଥାତ୍ ୯ ତାରିଖରେ ପୁଣି ସିନେମାଟି ପ୍ରେକ୍ଷାଳୟରେ ରିଲିଜ ହେବ ।

ତେବେ ଓଡ଼ିଶାର ୬ ଟି ହଲ୍ ରେ ରିଲିଜ ହେବ ଦମନ । ଆସନ୍ତା ୯ ତାରିଖରେ ଦମନ କଟକ, ଭୁବନେଶ୍ଵର, ସମ୍ବଲପୁର, ରାଉରକେଲା ଏବଂ ଅନୁଗୁଳରେ ଥିବା ପ୍ରେକ୍ଷାଳୟରେ ପୁଣି ଥରେ ମୁକ୍ତିଲାଭ କରିବ ।

ମାଲକାନଗିରିର ସତ ଘଟଣା କୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ‘ଦମନ’ । ଏଥିରେ ମୁଖ୍ୟ ଭୂମିକାରେ ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ । ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏହି କଥାଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏବଂ ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ ।

Leave A Reply

Your email address will not be published.