Latest Odisha News

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ସ୍ଥିତି ମଜଭୁତ କଲା ଭାରତ

କାନପୁର: ଏଠାରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏଥିସହ ନିଜ ସ୍ଥିତି ଆହୁରି ମଜଭୁତ କରିଛି । ଟିମ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ବାଂଲାଦେଶ ୭ମ ସ୍ଥାନକୁ ଖସି ଆସିଛି । ୧୧ ମ୍ୟାଚରେ ଭାରତ ୮ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୯୮ ପଂଏଟ ହାସଲ କରିଛି । ଭାରତ ଏବେ ୭୪.୨୪ ପ୍ରତିଶତରେ ଫାଇନାଲ ପ୍ରବେଶ ଆଶା ଏକପ୍ରକାର ନିଶ୍ଚିତ କରିଛି । ଅପରପକ୍ଷରେ ଅଷ୍ଟ୍ରେଲିଆ ୧୨ ମ୍ୟାଚରେ ୮ ବିଜୟ ହାସଲ କରି ୬୨.୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏମାନଙ୍କ ପଛକୁ ଶ୍ରୀଲଙ୍କା(୫୫.୫୬ ପ୍ରତିଶତ), ଇଂଲଣ୍ଡ (୪୨.୧୯), ଦକ୍ଷିଣ ଆଫ୍ରିକା( ୩୮.୮୯ ), ନ୍ୟୁଜିଲାଣ୍ଡ(୩୭.୫), ବାଂଲାଦେଶ(୩୪.୩୮), ପାକିସ୍ତାନ(୧୯.୦୫) ଓ ୱେଷ୍ଟଇଣ୍ଡିଜ ୧୮.୫୨ ପ୍ରତିଶତ ସହ ତୃତୀୟରୁ ୯ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପ୍ରାୟତଃ ଫାଇନାଲ ଲାଇନ ଅପ ଚୂଡାନ୍ତ କରିବ ବୋଲି ଅନୁମାନ କରାଯାଉଛି । କ୍ରମାଗତ ୨ ଥର ଭାରତ ଡବ୍ଲ୍ୟୁଟିସିର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କେବେ ହେଲେ ଟାଇଟଲ ହାସଲ କରିପାରି ନାହିଁ । ଦୀର୍ଘ ଦିନ ପରେ ଟି୨୦ ବିଶ୍ୱକପ ଜିତିବା ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.