Latest Odisha News

ପୁଣି ବଡ ଯୁଦ୍ଧ!, ନସରଲ୍ଲାହ ମାଟିରେ ଲୀନ ହେବା ପୂର୍ବରୁ ବଦଲା ନେବ ହିଜବୋଲ୍ଲା…ଇସ୍ରାଏଲ ବି ପ୍ରସ୍ତୁତ….

ନୂଆଦିଲ୍ଲୀ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ନିହତ ହେବା ପରେ ଆସନ୍ତାକାଲି ହିଜବୁଲ୍ଲା ମୁଖିଆ ହସନ ନସରଲ୍ଲାହଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ସେପଟେ ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ହିଜବୁଲ୍ଲା ଏବେ ପ୍ରତିଶୋଧ ପରାୟଣ ହୋଇଉଠିଲାଣି । ହିଜବୁଲ୍ଲା ଇସ୍ରାଏଲ ଯୁଦ୍ଧରେ ଚୁପ୍ ରହିଥିବା ଇରାନ୍ ଏବେ ଇସ୍ରାଏଲ ଉପରେ ଘମାଘୋଟ ଆକ୍ରମଣ କରିଛି । ଦୀର୍ଘ ଦିନ ଧରି ଚାଲିଆସୁଥିବା ଭିତିରିଆ ବିବାଦ ଏବେ ବଡ ଯୁଦ୍ଧର ରୂପ ନେଲାଣି ।

ତେବେ ନିସରଲ୍ଲାହର ମୃତ୍ୟୁ ଖବର ଶୁଣିବା ପରେ ବିରୋଧ ପ୍ରଦର୍ଶନ କରିଥିଲା ଇରାନ୍ । ଇସ୍ରାଏଲକୁ ଧୂଳିସାତ୍ କରିବା ନାରା ବାଜି କରିଥିଲା। ମଙ୍ଗଳବାର ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଲକ୍ଷ୍ୟରେ ଇରାନ ନିଜର ହାଇପରସୋନିକ୍ ମଧ୍ୟମ ଦୂରତା ବିଶିଷ୍ଟ ଫତହ-୨ ସମେତ ୧୮୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇସ୍ରାଏଲର ଏଫ୍-୩୫ ଲଢୁଆ ବିମାନ ମହଜୁଦ ଥିବା ନେଭାଟିମ୍ ଓ ତେଲ ନୋଫ୍ ବିମାନଘାଟି ସମେତ ଇସ୍ରାଏଲର ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା । ଏଥିସହିତ ନେଗେଭ ମରୁଭୂମିର ହାଟଜେରିମ୍ ବିମାନଘାଟି ଓ ତେଲ ଅବିବରେ ଥିବା ମୋସାଦ ମୁଖ୍ୟାଳୟ ମଧ୍ୟ ଏଡି ଆକ୍ରମଣରେ ପ୍ରଭାବିତ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ଇରାନ୍ ର ଏଭଳି ଆଟାକ୍  ଫତ୍ତହ-୧ର  ହାଇପରସୋନିକ ମିସାଇଲ୍, ଫତ୍ତହ-୨ ଇରାନର ବର୍ତ୍ତମାନର ସାମରିକ ସାମର୍ଥ୍ୟକୁ ସୂଚିତ କରୁଛି ।

ସେପଟେ ଏହାର ଯବାବରେ ଅସ୍ତ୍ରଶସ୍ତ୍ର ସଜାଡି ଇରାନ୍ ଭିତରକୁ ପ୍ରବେଶ କଲାଣି ଇସ୍ରାଏଲ । ଯାହା ଏବେ ବଡ ଯୁଦ୍ଧର ରୂପ ନେବାର ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.