Latest Odisha News

BREAKING NEWS

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ, ଏଇଠି ରହିବେ..

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବା ନେଇ ସୂଚନା ରହିଛି ।

ଏହି ପ୍ରରିପେକ୍ଷୀରେ ଦଳର ନେତା, କାଉନସିଲର, ବିଧାୟକ ଓ ସାଂସଦମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସେମାନଙ୍କ ଘର ଅଫର କରିଥିଲେ, କିନ୍ତୁ ଅରବିନ୍ଦ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ରହିବେ ବୋଲି ସୂଚନା ମିଳିଛି । ଅଶୋକ ମିତ୍ତଲଙ୍କ ଘର ୫ ଫିରୋଜଶାହା ରୋଡରେ ଅବସ୍ଥିତ । କେଜ୍ରିଓ୍ବାଲ ନୂଆଦିଲ୍ଲୀରୁ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ ।

କେଜ୍ରିୱାଲ ଏକ ରାଷ୍ଟ୍ରୀୟ ପାର୍ଟିର ମୁଖ୍ୟ ହୋଇଥିବାରୁ ସେ କ୍ଷମତାରେ ନ ରହିଲେ ମଧ୍ୟ ତାଙ୍କୁ ଏକ ସରକାରୀ ଆବାସ ଯୋଗାଇ ଦେବାକୁ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରାଯାଇଥିଲା । ମାତ୍ର ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.