Latest Odisha News

BREAKING NEWS

ସଚିନ, ସଙ୍ଗକାରା, ଲାରାଙ୍କ ଏହି ରେକର୍ଡ ସମକକ୍ଷ ହେଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଟେଷ୍ଟ କ୍ରିକେଟରେ ୧୦୦୦ ଚୌକା ମାରି ସଚିନ ତେନ୍ଦୁଲକର, କୁମାର ସଙ୍ଗକାରା ଓ ବ୍ରାଏନ ଲାରାଙ୍କ ଖାସ କ୍ଲବରେ ସାମିଲ ହୋଇଛନ୍ତି । ଦିନିକିଆରେ ପୂର୍ବରୁ ସେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଓଭରାଲ ୮ଜଣ ବ୍ୟାଟ୍ସମ୍ୟାନ ଏହି ଉପଲବ୍ଧି ହାସଲ କରିଛନ୍ତି । ସଚିନ ଟେଷ୍ଟରେ ୨୦୫୮ ଓ ଦିିନିକିଆରେ ୨୦୧୬ ଚୌକା ମାରିଛନ୍ତି । କୋହଲି ୧୦୦୧ ଓ ୧୩୦୨ ଚୌକା ମାରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କୁମାର ସଙ୍ଗକାରା ଟେଷ୍ଟରେ ୧୪୯୧ ଓ ଦିନିକିଆରେ ୧୩୮୫, ରିକି ପଂଟିଂ ଟେଷ୍ଟରେ ୧୫୦୯ ଓ ଦିନିକିଆରେ ୧୨୩୧, ମାହେଲା ଜୟବର୍ଦ୍ଧନେ ଟେଷ୍ଟରେ ୧୩୮୭ ଓ ଦିନିକିଆରେ ୧୧୧୯, କ୍ରିସ ଗେଲ ଟେଷ୍ଟରେ ୧୦୪୬ ଓ ଦିନିକିଆରେ ୧୧୨୮, ବୀରେନ୍ଦ୍ର ସେହ୍ୱାଗ ଟେଷ୍ଟରେ ୧୨୩୩ ଓ ଦିନିକିଆରେ ୧୧୩୨ ଏବଂ ବ୍ରାଏନ ଲାରା ଟେଷ୍ଟରେ ୧୫୫୯ ଓ ଦିିନିକିଆରେ ୧୦୪୨ ଚୌକା ମାରିଛନ୍ତି । କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୨୭୦୦୦ ରନ ପୂରଣ କରିବା ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.