Latest Odisha News

BREAKING NEWS

ଅଚାନକ ବିଭିନ୍ନ ମିଲ୍‌ ଓ ଗୋଦାମରେ ପହଞ୍ଚିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଅଚାନକ ବିଭିନ୍ନ ମିଲ୍‌ ଓ ଗୋଦାମରେ ପହଞ୍ଚିଲେ ଯୋଗାଣ ମନ୍ତ୍ରୀ । ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବୌଦ୍ଧ ଜିଲ୍ଲାର ରାଣୀସତୀ ମିଲ୍‌ ଓ ସେଣ୍ଟ୍ରାଲ ପିଇଜି ଗୋଦାମ ଅଚାନକ ପରିଦର୍ଶନ କରି ସେଠାରେ ହେଉଥିବା ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ ମନ୍ତ୍ରୀ ।

ଗତ କିଛି ଦିନ ଧରି ରାଣୀସତୀ ମିଲ୍‌ ଓ ସେଣ୍ଟ୍ରାଲ ପିଇଜି ଗୋଦାମରେ ନିମ୍ନ ମାନର ପୋକରା ଚାଉଳକୁ ରିସାଇକିଲିଂ କରି ପଞ୍ଚାୟତକୁ ପଠାଇବା ଓ ଓଜନ ମାପରେ ଠକେଇ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଅଚାନକ ସେଠାକୁ ପରିଦର୍ଶନ କରି ମିଲ୍ ଯାଞ୍ଚ କରିବା ସହ ମିଲ୍‌ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ।

ସେହିପରି ସୋନପୁର ଜିଲ୍ଲାର ଶିଆଳିଜୁରିସ୍ଥିତ ଲଳିତା ରାଇସ୍‌ ମିଲ୍‌ ଓ ଶୀତଳ ରାଇସ୍‌ ମିଲ୍‌ ଅଚାନକ ପରିଦର୍ଶନ କରି ସେଠାରେ ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ ମନ୍ତ୍ରୀ । ନିମ୍ନ ମାନର ଚାଉଳ ଯୋଗାଣକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

 

Leave A Reply

Your email address will not be published.