Latest Odisha News

BREAKING NEWS

ଥମୁନି ଲାଞ୍ଚ କାରବାର, ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବଲାଙ୍ଗୀର: ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ ବିଭାଗର ଧରପଗଡ଼ ପରେ ବି କମୁନି ଲାଞ୍ଚ କାରବାର । ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କନିଷ୍ଠ ଯନ୍ତ୍ରୀ । ପାଟଣାଗଡ ଉପଖଣ୍ଡର ବେଲପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଧରିଛି ଭିଜିଲାନ୍ସ l ମନରେଗା ଯୋଜନାରେ କାର୍ଯ୍ୟ ପାଇଁ ବିଲ କରେଇଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ 7000 ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ l

ସୂଚନା ମୁତାବକ, ବେଲପଡ଼ା ବ୍ଲକ ସର୍ଗୀମୁଣ୍ଡାରେ ମନେରେଗା କାର୍ଯ୍ୟ ବିଲ୍ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ମାଗିଥିଲେ l ପୂର୍ବରୁ 15000 ହଜାର ଟଙ୍କା
ନେଇଥିବା ବେଳେ ଏବେ ଆହୁରି 7000 ହଜାର ଟଙ୍କା ଦେବାକୁ କହିଥିଲେ l ଏନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା l ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣକ ଆଜି ଯନ୍ତ୍ରୀଙ୍କୁ ଟଙ୍କା ଦେଉଥିବା ବେଳେ ଲୁଚି ବସିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ସଂପୃକ୍ତ କନିଷ୍ଠ ଯନ୍ତ୍ରୀକୁ ଏବେ ବରଗଡ଼ ନେଇଛି ଭିଜିଲାନ୍ସ । ଅନ୍ୟପଟେ ଲାଞ୍ଚ ନେବା ଅଭିଯୋଗରେ ଶ୍ରୀ ସାହୁଙ୍କ ବାସଭବନ ସମେତ 3ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l

 

Leave A Reply

Your email address will not be published.