Latest Odisha News

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆସନ୍ତା ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ କିଛି ଜରୁରୀ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିବ । ସେହିପରି ୧୪ ତାରିଖରେ ଦୁର୍ଗାପୂଜା ଭସାଣି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ରାଜ୍ୟରେ ନୂଆ ସରକାର ଆସିବା ପରେ ଜୁଲାଇ ପହିଲା ଠାରୁ ଏହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରୁଛନ୍ତି ।

Leave A Reply

Your email address will not be published.