Latest Odisha News

୩୯ର ହିରୋ, ୧୯ର ହିରୋଇନ; ୨୦ ବର୍ଷର ଛୋଟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ… 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଲାଇମଲାଇଟରେ ରହିଛନ୍ତି। ନିକଟରେ ଖବର ଆସିଥିଲା ​​ଯେ ‘ଡନ୍’ ‘ବ୍ୟତୀତ ଅଭିନେତା ଜଣକ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଆଉ ଏକ ଫିଲ୍ମ କରୁଛନ୍ତି। ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର ମାଧବନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ଏହି ଚଳଚ୍ଚିତ୍ରରେ ରଣବୀର ସିଂଙ୍କ ବିପକ୍ଷରେ ମାତ୍ର ୧୯ ବର୍ଷୀୟ ସାରା ଅର୍ଜୁନଙ୍କୁ ଫାଇନାଲ କରାଯାଇଛି। ସେମାନଙ୍କର ଅନସ୍କ୍ରିନ ରୋମାନ୍ସ ବିଷୟରେ ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ନିର୍ମାତାଙ୍କ ଚଏସ ଉପରେ ପ୍ରଶ୍ନ ଉଠାଇଛନ୍ତି।

ରଣବୀରଙ୍କୁ ୩୯ବର୍ଷ ହୋଇଥିବାବେଳେ ସାରାଙ୍କୁ ମାତ୍ର ୧୯ ବର୍ଷ। ଉଭୟଙ୍କ ମଧ୍ୟରେ ଏତେ ବୟସ ପାର୍ଥକ୍ୟ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସାରା ଅର୍ଜୁନ ମୁମ୍ବାଇର ବାସିନ୍ଦା ହୋଇଥିଲା ବେଳେ ସେ ୨୦୦୫ ମସିହାରେ ଜନ୍ମ ହୋଇଥିଲେ। ସାରା ମାତ୍ର ୬ ବର୍ଷ ବୟସରେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ୪୦୪ , ୨୦୧୧ମସିହାରେ ମୁକ୍ତିଲାଭ କରିଥିଲା। ଯଦିଓ ସାରା ଅର୍ଜୁନ ଦକ୍ଷିଣ ଚଳଚ୍ଚିତ୍ରରେ ନଜର ଆସନ୍ତି ତଥାପି ସେ ଅନେକ ବଲିଉଡ ଫିଲ୍ମରେ କାମ ମଧ୍ଯ ଲକରିଛନ୍ତି।

ସାରା ସଲମାନ ଖାନଙ୍କ ଫିଲ୍ମ ‘ଜୟ ହୋ’ରେ ସ୍କୁଲ ଗାର୍ଲ ଭୂମିକାରେ ଅଭିନୟ କରିଥିବା ନଜର ଆସିଛନ୍ତି। ସାରା ଅର୍ଜୁନ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ‘PS2’ରେ କାମ ମଧ୍ଯ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଐଶ୍ୱର୍ଯ୍ୟାଙ୍କ ପିଲାଦିନର ଚରିତ୍ର ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ।

 

 

Leave A Reply

Your email address will not be published.