Latest Odisha News

BREAKING NEWS

କୌଣସି କଥାବାର୍ତ୍ତା ହେବନାହିଁ: ପାକିସ୍ତାନ ଗସ୍ତ ପୂର୍ବରୁ ଏଭଳି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି। ତାଙ୍କ ଗସ୍ତ ପୂର୍ବରୁ ଦୁଇ ଦେଶ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି।

ବର୍ତ୍ତମାନର ସ୍ଥିତିକୁ ଦେଖି ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର। ସେ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ କୌଣସି ପ୍ରକାର ଆଲୋଚନା ହେବାର ସମ୍ଭାବନା ନାହିଁ। ଏହା ଏକ ବହୁପକ୍ଷୀୟ ଘଟଣା। ଏସସିଓ ଶିଖର ସମ୍ମିଳନୀ ପାଇଁ ବାଧ୍ୟତାମୂଳକ କାରଣରୁ ଏହି ଗସ୍ତ କରାଯିବ।

Comments are closed.