Latest Odisha News

ଥମୁନି ତିରୁପତି ପ୍ରସାଦ ବିବାଦ: ଏବେ ପୋକ ମିଲିଲାଣି…..

ତିରୁପତି: ତିରୁପତି ମନ୍ଦିର ପ୍ରସାଦରେ ପଶୁଚର୍ବି ମିଶିଥିବା ବିବାଦ ଥମିନଥିବା ବେଳେ ଏବେ ଏହାରି ଭିତରେ ଜଣେ ଭକ୍ତ ଦାବି କରିଛନ୍ତି ଯେ ଏବେ ଆନ୍ଧ୍ରପ୍ରଦେଶର ତିରୁମାଲା ଶ୍ରୀ ଭେଙ୍କେଟାଶ୍ବର ସ୍ବାମୀ ବାଲାଜୀ ମନ୍ଦିର ପ୍ରସାଦରେ ତାଙ୍କୁ ପୋକ ମିଳିଛି । ତେବେ ଖାଲି ସେତିକି ନୁହେଁ ଏନେଇ ଯେତେବେଳେ ସେମାନେ ମନ୍ଦିର ସଦସ୍ୟଙ୍କୁ ଅବଗତ କରାଇଥିଲେ ସେମାନେ କାଳେ ତାଙ୍କୁ, ‘ଏମିତି ବେଳେ ବେଳେ ହୋଇଯାଏ’ ବୋଲି କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଜଣଙ୍କ । ତେବେ ଏଭଳି ଅଭିଯୋଗକୁ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଖଣ୍ଡନ କରିଦେଇଛି ।

ତେବେ ଗତ ୨ ତାରିଖରେ ପାଖାପାଖି ଅପରାହ୍ଣ ବେଳେ ଏଭଳି ଘଟଣା ଘଟିଥିବା ଅଭିଯୋଗ ଯୋଇଛି । ଚନ୍ଦୁ ନାମକ ଜଣେ ଭକ୍ତ କହିଛନ୍ତି, ମୁଁ ଦର୍ଶନ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନରେ ପ୍ରସାଦ ଖାଇବାକୁ ଯାଇଥିଲି । ପ୍ରସାଦ ଖାଇବା ବେଳେ ମୋତେ ଦହିଭାତରେ ଏକ ପୋକ ପଡିଥିବାର ନଜର ଆସିଥିଲା । ଯେବେ ମୁଁ ଏହି ପ୍ରସଙ୍ଗ ନେଇ ମନ୍ଦିର ସଦସ୍ୟଙ୍କୁ ଜଣାଇଲି, ସେମାନେ ଏଭଳି ବେଳେ ହୋଇଯାଏ ବୋଲି କହିଥିଲେ । ଏଥିସହିତ ସେ ଖାଇବାର ଫଟୋ ଏବଂ ଭିଡିଓ ମଧ୍‌ୟ ନେଇଛନ୍ତି ବୋଲି କହିଥିଲେ । ଯାହା ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦେଖାଇବା ପରେ ସେମାନେ ସଫେଇ ଦେଇ କହିଥିଲେ ଯେ ଏହା ଖାଇବା ପତ୍ରରୁ ହିଁ ଆସିଛି । ଏଥିସହିତ ଭକ୍ତ ଜଣଙ୍କ କହିଛନ୍ତି, ମନ୍ଦିରର ଏଭଳି ବେପରୁଆ ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ଏହାକୁ ଯଦି କୌଣସିଶିଶୁ କିମ୍ବା ଅନ୍ୟ କେହି ଖାଇଥାନ୍ତା ତାହାଲେ ଏଭଳି ପରିସ୍ଥିତି ପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଜଣଙ୍କ । ଖାଲି ସେତିକି ନୁହେଁ ମନ୍ଦିର କର୍ତ୍ତ୍ୟପକ୍ଷ ତାଙ୍କୁ ଡରାଇଥିବା ଓ ଧମାକାଇଥଇବା ମଧ୍ୟ ଅଭିଯୋଗ କରିଛନ୍ତି ଭକ୍ତ ।

ଯାହା ଏବେ ମନ୍ଦିର ପ୍ରସାଦ ବିବାଦକୁ ଆହୁରି ତେଜିଛି ।

Leave A Reply

Your email address will not be published.