Latest Odisha News

‘କାମ ଦେଉନି ଡବଲ ଇଞ୍ଜିନ, ପୁଣି ବିଜେଡିକୁ ଫେରିବେ ଜନତା’

ଭୁବନେଶ୍ବର: ରାଜ୍ୟରେ ଡବଲ ଇଞ୍ଜିନ କାମ ଦେଉନାହିଁ । ଲୋକଙ୍କ ସମସ୍ୟାରେ ମୁହଁ ଫିଟାଉନାହାନ୍ତି ସରକାର । ତେଣୁ ଓଡିଶାର ଲୋକେ ବିଜେଡିକୁ ଭୋଟ ଦେବାକୁ ସ୍ଥିର କରିସାରିଲେଣି ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  ।

ଖାଲି ସେତିକି ନୁହେଁ, ପିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା କିଛଇ ବି ପୂରଣ ହୋଇନାହିଁ ବୋଲି ଲେନିନ୍ କହିଛନ୍ତି । ବିଜେପି କହିଥିଲା ସୁଭଦ୍ରା ସମସ୍ତେ ପାଇବେ ହେଲେ ପାଇଲେ ନାହିଁ । ଆଇନ ଶୃଙ୍ଖଳା ବି ବିପର୍ଯ୍ୟସ୍ତ । ତେଣୁ ଏବେ ସବୁ ନିର୍ବାଚନରେ ବିଜେଡି ଜିତିବ । କାରଣ ଲୋକେ ବିଜାପିର ଅସଲ ପରିଚୟ ପାଇଗଲେଣି । ମିଛ କହିବାର ଅଭ୍ୟାସ ଥିବା ସରକାରଙ୍କୁ ଲୋକେ ପ୍ରତ୍ୟାଖ୍ୟନ କରିବେ ବୋଲି ଲେନିନ୍ କହିଛନ୍ତି ।

ଏଥିସହିତ ଲେନିନ୍ ଏହା ବି କହିଛନ୍ତି, ବିଜେଡିର ଜନସମ୍ପର୍କ ଅଭିଯାନର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆଜି ଶେଷ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ ରୁ ୩୦ ଯାଏଁ ଅନୁଷ୍ଠିତ ହେବ । ଏଥିରେ ଅଧିକରୁ ଅଧିକ ଲୋକ ଯୋଗ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ଡବଲ ଇଂଜିନ ସରକାରର ବିଫଳତା ଯେପରି ଆଇନ ଶୃଙ୍ଖଳା, ଦରଦାମ, ଶ୍ରୀଜଗନ୍ନାଥ, ସବୁ ପ୍ରତିଶୃତି ପାଳନ କରିବାରେ ବିଜେପି  ସରକାର ଲୋକଙ୍କୁ ନୈରାଶ କରିଛି । ଯାହା ଲୋକଙ୍କ ଭିତରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଲୋକେ ନିଜ ଆଡୁ ବିଜେଡି ପଦଯାତ୍ରାରେ ସାମିଲ ହେଉଛନ୍ତି ହେଉଛନ୍ତି ବୋଲି କହିଛନ୍ତି ଲେନିନ୍ ।

Leave A Reply

Your email address will not be published.