ନୂଆଦିଲ୍ଲୀ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ହୋଇଛି ବଡ଼ ଧରଣର ଚଢାଉ। ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦ କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା। ଗୁଜୁରାଟର ଆଣ୍ଟି ଟେରରିଜିମ ସ୍କ୍ବାଡ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ ତଦନ୍ତକାରୀ ସଂସ୍ଥାଙ୍କୁ ସାଧୁବାଦ ଜଣାଇଛନ୍ତି। ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ତଥା ନିରାପତ୍ତା ରକ୍ଷା କରିବାରେ ସେମାନଙ୍କର ସହଯୋଗୀ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତକୁ ଏକ ନିରାପଦ ତଥା ସୁସ୍ଥ ରାଷ୍ଟ୍ର କରିବା ପାଇଁ ତଦନ୍ତକାରୀ ସଂସ୍ଥାଙ୍କୁ ସମର୍ଥନ କରିବାକୁ ସେ ପୋଷ୍ଟରେ ଲେଖିଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨ ତାରିଖରେ ଦିଲ୍ଲୀ ପୋଲିସ ୫୬୦ କେଜିରୁ ଅଧିକ କୋକେନ ଓ ୪୦ କେଜି ହାଇଡ୍ରୋପୋନିକ ମାରିଯୁଆନା ଜବତ କରିଥିଲା।
Kudos to Gujarat ATS and NCB (Ops), Delhi, for a massive win in the fight against drugs!
Recently, they raided a factory in Bhopal and seized MD and materials used to manufacture MD, with a staggering total value of ₹1814 crores!
This achievement showcases the tireless efforts… pic.twitter.com/BANCZJDSsA
— Harsh Sanghavi (@sanghaviharsh) October 6, 2024
Comments are closed.