Latest Odisha News

ଅଧା ରାସ୍ତାରେ ହାତ ଛାଡିଲେ ପତ୍ନୀ, ସ୍ତ୍ରୀଙ୍କ ସ୍ମୃତିରେ କିଛି ଏମିତି କଲେ ସ୍ବାମୀ….ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ

ବ୍ରହ୍ମପୁର: ପତ୍ନୀଙ୍କ ବିୟୋଗରେ ଅନେକ ସ୍ବାମୀ ତାଙ୍କ ସ୍ମୃତିରେ ତାଙ୍କୁ ମନେରଖିବା ପାଇଁ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରନ୍ତି । ଯାହାର ନିଦର୍ଶନ ଆମେ ଅନେକ ଦେଖିଛେ । ସେଥିମଧ୍ୟରୁ ତାଜମହଲ ଅନ୍ୟତମ  । ହେଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ କିଛି ଏମିତି କରିଛନ୍ତି, ଯାହା ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅବିକଳ ତାଙ୍କ ପତ୍ନୀଙ୍କ ଭଳି ଦେଖାଯାଉଛି । ଦେଖିଲେ ଲାଗୁଛି ସତେ ଯେପରି ସେ ତାଙ୍କ ସ୍ଥାନରେ ବସିଛନ୍ତି । କିନ୍ତୁ ବାସ୍ତବରେ ଏହା ହେଉଛି ତାଙ୍କର ପ୍ରତିମୂର୍ତ୍ତି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସହରର ୫୨ ବର୍ଷୀୟ ଜଣେ ଶିଳ୍ପପତି ପ୍ରଶାନ୍ତ ନାୟକ । ସେ ତାଙ୍କ ସ୍ତ୍ରୀଙ୍କ ବିୟୋଗ ପରେ ସିଲିକନର ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଯାହା ଅବିକଳ ତାଙ୍କ ପତ୍ନୀଙ୍କ ଭଳି ଦିଶୁଛି । ତେବେ କରୋନା ମହାମାରୀ ସମୟରେ ୨୦୨୧ରେ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ବିୟୋଗ ହୋଇଥିଲା । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ରହିଛି । ହେଲେ ପତ୍ନୀଙ୍କ ବିୟୋଗରେ ପ୍ରଶାନ୍ତଙ୍କ ସମେତ ତାଙ୍କ ପିଲାମାନେ ମଧ୍ୟ ଯେମିତି ଭାଙ୍ଗିପଡିଥିଲେ । ଏହାରି ଭିତରେ ପିଲାମାନେ ଇଣ୍ଟରନେଟରେ ସିଲିକନ ପ୍ରତିମୂର୍ତ୍ତି ତିଆରି ହେଉଥିବାର ଦେଖିବା ପରେ ବାପାଙ୍କୁ ମା’ କିରଣଙ୍କ ଏଭଳି ଏକ ପ୍ରତିମୂର୍ତ୍ତି ତିଆରି ବିଷୟରେ କହିଥିଲା । ପରେ ପ୍ରଶାନ୍ତ ସ୍ତ୍ରୀ କିରଣଙ୍କ ପ୍ରତିମୂର୍ତ୍ତି ପାଇଁ ବେଙ୍ଗାଲୁରୁ ସହରରେ ଜଣେ କାରୀଗରଙ୍କୁ ବଇନା ଦେଇ ଏଭଳି ଏକ ଜୀବନ୍ତ ଅନୁଭୂତି ଦେଉଥିବା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଇଥିଲେ ।

ତେବେ ଏହାକୁ ନେଇ ପ୍ରଶାନ୍ତ ଓ ତାଙ୍କ ପିଲାମାନେ କୁହନ୍ତି, ଏହି ପ୍ରତିମୂର୍ତ୍ତି କିରଣଙ୍କ ଉପସ୍ଥିତି ଜାହିର କରୁଛି । ସେମାନଙ୍କୁ ଲାଗୁଛି ତାଙ୍କ ମା ଏବେ ବି ଜୀବିତ ଅଛନ୍ତି । ଖାଲି ସେତିକି ନୁହେଁ, ପ୍ରତିଦିନ ଯେପରି ଜଣେ ସଧବା ନାରୀ ସଜେଇ ହୁଏ, ସେହିପରି ଝିଅମାନେ ତାଙ୍କ ମା’ଙ୍କୁ ପ୍ରତିଦିନ ପ୍ରତିଦିନ ଶ୍ରୀଙ୍କାର କରିବା ସହ ତାଙ୍କ ଚୁଟି କୁଣ୍ଡାଇଦେବା, ତାଙ୍କୁ ଶାଢୀ ପିନ୍ଧାଇଦେବା ଭଳି କାମ କରିଥାନ୍ତି । ଏହାକରି ସେମାନଙ୍କୁ ଲାଗେ ଯେପରି ତାଙ୍କ ମା’ ସେମାନଙ୍କ ପାଖରେ ଅଛି । ଯାହା ବାସ୍ତବରେ ହୃଦୟସ୍ପର୍ଶୀ ।

ତେବେ ବେଙ୍ଗାଲୁରୁର କାରୀଗର ଜଣକ ଫାଇବର, ରବର ଏବଂ ସିଲିକନ ବ୍ୟବହାର କରି କିରଣଙ୍କର ଏକ ଅବିକଳ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲେ । ପ୍ରଶାନ୍ତଙ୍କ ବଡ ଝିଅଙ୍କ ବାହାଘର ପୂର୍ବରୁ ଘଣକୁ ଅଣାଯାଇଥିଲା । ଯେଉଁଥିରେ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯାହାକୁ ପ୍ରଶାନ୍ତ ନିଜ ଡ୍ରଇଂରୁମରେ ଏକ ସୋଫା ଉପରେ ବସାଇ ରଖିଛନ୍ତି । ଯାହାକୁ ଆପଣ ବି ହଠାତ୍ ଦେଖିଲେ ଲାଗିବ ସତେ ଯେମିତି କିରଣ ସେଠି ବସିଛନ୍ତି ।

Leave A Reply

Your email address will not be published.